Latest Odisha News

BREAKING NEWS

ଚଳିତ ବର୍ଷ ଦେଶରେ କେମିତ ରହିବ ମୌସୁମୀ ?

ନୂଆଦିଲ୍ଲୀ: ଗୁରୁବାର ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଚଳିତ ବର୍ଷର ପ୍ରଥମ ଲଙ୍ଗ୍ ରେଞ୍ଜ୍ ଫୋରକାଷ୍ଟ (ଏଲ୍ଆରଏଫ) ଜାରି କରିଛି । ଯେଉଁଥିରେ କୁହାଯାଇଛି ଚଳିତ ବର୍ଷ ଦେଶରେ ସ୍ୱାଭାବିକ ମୌସୁମୀ ବର୍ଷା ହେବ। ଯଦି ଆକଳନ ସତ ହୁଏ ତାହେଲେ ଲଗାତର ଚତୁର୍ଥ ବର୍ଷ ସ୍ୱାଭାବିକ ବର୍ଷା ରହିବ। ମୌସୁମୀ ସ୍ୱାଭାବିକ ରହିବାର ଅର୍ଥ ଦେଶରେ ଚାଷୀ ଭଲ ହେବ। ଚାଷୀ କୂଳ ହସିବ । ଯାହାର ପ୍ରଭାବ ଅର୍ଥନୀତି ପାଖରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ସକାରାତ୍ମକ ପ୍ରଭାବ ଦେଖାଇବ।

ଲଙ୍ଗ ପିରିୟଡ ଆଭରେଜରେ ୯୯% ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାର ୫% କମ କିମ୍ବା ୫% ବେଶୀ ହେଲେ ମଧ୍ୟ ଏହାକୁ ସ୍ୱାଭାବିକ ବର୍ଷା ଭାବେ ବିବେଚନା କରାଯିବ। ପାଣିପାଗ ବିଭାଗର ଅଧିକାରୀ କହିଛନ୍ତି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସିଲେ ଦେଶର ବାର୍ଷିକ ବୃଷ୍ଟିପାତ ୭୫ ପ୍ରତିଶତରୁ ଅଧିକ ରହିବ । ପ୍ରତିବର୍ଷ ଜୁନ୍ ୧ରୁ କେରଳରେ ମୌସୁମା ଛୁଇଁଥାଏ। ଏହା ପୂର୍ବରୁ ପ୍ରତିବର୍ଷ ଆଇଏମଡି ଏପ୍ରିଲ ଓ ଜୁନ୍ ମାସରେ ଦୁଇଟି ପର୍ଯ୍ୟାୟରେ ଏଲଆରଏଫ ପୂର୍ବାନୁମାନ କରିଥାଏ।

ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ ଏମ୍ ରବିଚନ୍ଦ୍ରନ୍ କହିଛନ୍ତି, “ଜୁନରୁ ସେପ୍ଟେମ୍ବର ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ସ୍ୱାଭାବିକ ରହିବ । ଏହି ସମୟରେ ବର୍ଷା ୮୭ ସେଣ୍ଟିମିଟର ରହିବ ବୋଲି ସୂଚନା ରହିଛି ।

ଉଲ୍ଲେଖଯୋଗ୍ୟ, ଦେଶରେ ବର୍ଷକୁ ଯେତିକି ବର୍ଷା ହୋଇଥାଏ ସେଥିରୁ ପ୍ରାୟ ୭୫ ପ୍ରତିଶତ ବର୍ଷା ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ହୋଇଥାଏ। ଜୁଲାଇ ଏବଂ ଅଗଷ୍ଟ ଗ୍ରୀଷ୍ମ ମୌସୁମୀରେ ମୋଟ ବୃଷ୍ଟିପାତର ୭୦ ପ୍ରତିଶତ ରହିଥିବା ବେଳେ ବେଳେ ଜୁନ ଏବଂ ସେପ୍ଟେମ୍ବରରେ ମୋଟ୍ ବୃଷ୍ଟିପାତର ୧୫ ପ୍ରତିଶତ ହୋଇଥାଏ। ମୌସୁମୀ ଆସିବାର ଠିକ୍ ପୂର୍ବରୁ ଆଇଏମଡି ମେ ମାସ ଶେଷ ଆଡକୁ ଏଲଆରଏଫର ଦ୍ୱିତୀୟ ପର୍ଯ୍ୟାୟ ଜାରି କରିବ।

Leave A Reply

Your email address will not be published.