Latest Odisha News

ଇମ୍ରାନଙ୍କୁ ସୁପ୍ରିମ ଝଟକା: ଏପ୍ରିଲ ୯ରେ ଅନାସ୍ଥା ପ୍ରସ୍ତାବ ଉପରେ ହେବ ଭୋଟିଂ

ଇସଲାମବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରୁ ବିପଦ ଟଳିବା ନାମ ଧରୁନି । ପାକିସ୍ତାନ ରାଜନୈତିକ ସଙ୍କଟ ମଧ୍ୟରେ ଆଜି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ କରିଛି । ସଂସଦ ଭଙ୍ଗ କରିବା ନିଷ୍ପତି ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି । ଏପ୍ରିଲ ୯ରେ ଜାତୀୟ ଆସେମ୍ବ୍ଲିରେ ଅନାସ୍ଥ ପ୍ରସ୍ତାବ ଉପରେ ଭୋଟିଂ କରିବା ପାଇଁ ସୁପ୍ରିମ କୋର୍ଟ ରାୟ ଦେଇଛନ୍ତି । ପୂର୍ବରୁ ଅନାସ୍ଥ ପ୍ରସ୍ତାବ ଖାରଜ କରିବା ପାଇଁ ଡେପୁଟି ସ୍ପିକର ନେଇଥିବା ନିଷ୍ପତି ଅସାମ୍ବିଧାନିକ ବୋଲି କୋର୍ଟ କହିଛନ୍ତି ।

BjdElectrycity

ଇମ୍ରାନ ଖାଁ ସରକାର ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବା ମାନେ ତାଙ୍କ ସରକାର ଯିବା ଏକପ୍ରକାର ନିଶ୍ଚିତ ହୋଇଛି । ଅନ୍ୟ ରାଜନୈତିକ ଦଳ ସୁପ୍ରିମକୋର୍ଟଙ୍କ ନିଷ୍ପତିକୁ ସ୍ୱାଗତ କରିଛନ୍ତି । ଇମ୍ରାନ ଖାଁ ଅନାସ୍ଥା ପ୍ରସ୍ତାବ ବଦଳରେ ଆଉ ଥରେ ନିର୍ବାଚନ କରିବା ପାଇଁ ପ୍ରସ୍ତୁତି କରିଥିଲେ ।

Leave A Reply

Your email address will not be published.