Latest Odisha News

BREAKING NEWS

କପିଲଙ୍କ ସୋ’କୁ ରିପ୍ଲେସ୍ କରିବ ‘ଇଣ୍ଡିଆସ୍ ଲାଫ୍ଟର୍ ଚାମ୍ପିୟନ୍’ !

ମୁମ୍ବାଇ: ଦୀର୍ଘ ଦିନର ବ୍ୟବଧାନ ପରେ ଛୋଟ ପରଦାକୁ ଫେରିଥିଲା ଦ କପିଲ ଶର୍ମା ସୋ । ସୋ’ର ତୃତୀୟ ସିଜିନ୍ ସେହି ପୁରୁଣା କଳାକାରଙ୍କୁ ନେଇ ଦର୍ଶକଙ୍କୁ ଦେଇଥିଲା ମନୋରଂଜନର ନୂଆ ଡୋଜ୍ । ଦର୍ଶକଙ୍କ କଥା ଛାଡନ୍ତୁ ବଲିଉଡର କଳାକାରମାନେ ବି ନିଜ ଫିଲ୍ମର ପ୍ରମୋଶନ କରିବାକୁ କପିଲଙ୍କ ସୋ’କୁ ଆସିବା ଲାଗି ଧାଡି ବାନ୍ଧୁଥିଲେ । ହେଲେ ଏବେ ଶୁଣିବାକୁ ମିଳିଛି କପିଲଙ୍କ ସୋ’କୁ କୁଆଡେ ଆଉ ଏଳ ନୂଆ ସୋ’ ରିପ୍ଲେସ୍ କରିବାକୁ ଯାଉଛି ।

ସଦ୍ୟ ସ୍ଥିତିରେ କପିଲ ନିଜ ପ୍ରଡକ୍ସନ୍ ଟିମ୍ ସହ ଆମେରିକା ଗସ୍ତରେ ଅଛନ୍ତି । ଶୁଣିବାକୁ ମିଳିଛି କପିଲ୍ କୁଆଡେ ସେଠାରେ କିଛି ନୂଆ ସୋ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ତେବେ ଆମେରିକା ଯିବା ପୂର୍ବରୁ କପିଲ ଓଡିଶାରେ ନନ୍ଦିତା ଦାସଙ୍କ ଫିଲ୍ମର ସୁଟିଂ ପାଇଁ ବେଶ କିଛିଦିନ ଡେରା ପକାଇଥିଲେ । ନନ୍ଦିତାଙ୍କ ଫିଲ୍ମକୁ ବାଦ୍ ଦେଲେ କପିଲଙ୍କ ଅନ୍ୟ ଏକାଧିକ ମୁଭି ମଧ୍ୟ ପାଇପ୍‌ଲାଇନ୍‌ରେ ରହିଛି ।

ତେବେ ଏହାରି ଭିତରେ ସୋନୀ ଟିଭି ଏକ ନୂଆ କମେଡି ସୋ’ର ପ୍ରମୋ ରିଲିଜ୍ କରି ଅନେକଙ୍କୁ ଦ୍ୱନ୍ଦରେ ପକାଇଛି । ସୋ’ର ଟାଇଟଲ୍ ରହିଛି “ଇଣ୍ଡିଆସ୍ ଲାଫ୍ଟର୍ ଚାମ୍ପିୟନ୍” । ଯେଉଁଥିରେ ହାସ୍ୟ କଳାକାରମାନେ ପରସ୍ପର ସହ ପ୍ରତିଯୋଗୀତା କରିବେ । ତେବେ ଏହି ପ୍ରମୋକୁ ଦେଖିବା ପରେ ଦର୍ଶକମାନେ ଭିନ୍ନଭିନ୍ନ କଳ୍ପନାଜଳ୍ପନା ଆରମ୍ଭ କରିଦେଇଛନ୍ତି । କେହିକେହି ଏହି ସୋ’ରେ ନବଜୋତ ସିଂ ସିଦ୍ଧୁ କମ୍‌ବ୍ୟାକ୍ କରିବେ ବୋଲି କହୁଛନ୍ତି । ତ ଅନ୍ୟପଟେ ଏହି ସୋ’ କୁଆଡେ କପିଲଙ୍କ ସୋ’କୁ ରିପ୍ଲେସ୍ କରିବ ବୋଲି ଚର୍ଚ୍ଚା ଜୋର ଧରିଛି ।

କପିଲଙ୍କ ସୋ’ ଆଗକୁ ସ୍ଥାୟୀ ଭାବେ ଅଫ୍ ଏୟାର୍ ହେବା ନେଇ କୌଣସି ଖବର ମିଳିନି । ଅନ୍ୟପଟେ ଅପକମିଂ ସୋ’ ଇଣ୍ଡିିଆସ୍ ଲାଫ୍ଟର୍ ଚାଲେଂଜ କପିଲଙ୍କ ସୋ’କୁ ରିପ୍ଲେସ୍ କରିବା ନେଇ ସୋନୀ ଟିଭି ପ୍ରଡକ୍ସନ୍ ହାଉସ୍ ତରଫରୁ ମଧ୍ୟ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନି । ସବୁବେଳେ ଲୋକଙ୍କୁ ହସାଉଥିବା କପିଲଙ୍କ ସୋ’ କିନ୍ତୁ ଦ କଶ୍ମୀର ଫାଇଲ୍ସ ଫିଲ୍ମକୁ ନେଇ ବିବାଦକୁ ଆସିଥିଲା । ଏହି ଘଟଣାରେ ବିବେକ ଅଗ୍ନୀହୋତ୍ରୀଙ୍କଠାରୁ ଆରମ୍ଭ କରି ଅନୁପମ ଖେର ଖାସ କରି କପିଲଙ୍କୁ ଦାୟୀ କରିଥିଲେ । ଅନ୍ୟପଟେ କମେଡି କିଙ୍ଗ କପିଲ ଶର୍ମା କିନ୍ତୁ ଏହି ସମସ୍ତ ଅଭିଯୋଗକୁ ଭିତ୍ତିହୀନ କହି ଏଡାଇ ଯାଇଥିଲେ ।

 

Leave A Reply

Your email address will not be published.