ମୁମ୍ବାଇ: ଅଭିନେତା ଇମ୍ରାନ ଖାନ ବର୍ତ୍ତମାନ ପୁଣିଥରେ ବଲିଉଡ୍ କୁ କମବ୍ୟାକ କରିବା ନେଇ ଚର୍ଚ୍ଚା ଜୋର ଧରିଛି।ସେ ଆଜିକାଲି ଅନେକ ସାକ୍ଷାତକାରରେ ମଧ୍ୟ ଯୋଗ ଦେଉଛନ୍ତି।
ତେବେ ଏକ ସାକ୍ଷାତକାରରେ ତାଙ୍କୁ ଯେତେବେଳେ ବଲିଉଡର ତିନି ଖାନ ଶାହରୁଖ ଖାନ, ଆମିର ଖାନ ଏବଂ ସଲମାନ ଖାନଙ୍କ ବିଷୟରେ ପଚରାଯାଇଥିଲା ସେ ସିଧା ସଳଖ ଭାବରେ କହିଥିଲେ ଯେ ସେମାନଙ୍କୁ ସେମାନଙ୍କ ବୟସ ଅନୁଯାୟୀ ଭୂମିକା ଗ୍ରହଣ କରିବା ଉଚିତ ଓ ବୟସ ଅନୁଯାୟୀ ଭୂମିକା ବାଛିବା ଉଚିତ। ଏଥିସହିତ ସେ କହିଥିଲେ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କ ପରି ଅଭିନେତାଙ୍କ ମଧ୍ୟ ବୟସ ହୋଇଥାଏ। ଏକ ସମୟରେ ଅଭିନେତା ମୁଖ୍ୟ ଭୂମିକାରେ ଅଭିନୟ କରିଥାନ୍ତି ଓ ତା’ପରେ ଏକ ସମୟ ଆସେ ଯେତେବେଳେ ଆପଣ ସମାନ ଭୂମିକା କରିପାରିବେ ନାହିଁ। ତିନିଜଣ ଖାନ ବର୍ତ୍ତମାନ୍ ୬୦ ବର୍ଷ ବୟସରେ ମଧ୍ୟ ଭଲ କାମ କରୁଛନ୍ତି। ସେମାନେ ୩୦ ବର୍ଷର ଷ୍ଟାରଡମ୍ ଅନୁଭବ କରିଛନ୍ତି ଯାହାକି ସାଧାରଣତଃ ପାଇବା ଅତ୍ୟନ୍ତ କଷ୍ଟ ହୋଇଥାଏ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଷ୍ଟାରଡମ୍ ମଧ୍ୟ ପରିବର୍ତ୍ତନ ହୋଇଥାଏ। କାରଣ ଯେଉଁମାନେ ଆପଣଙ୍କର ଦର୍ଶକ ଥିବେ ଓ ଆପଣଙ୍କୁ ଜାଣିଥିବେ ସେମାନେ ମଧ୍ୟ ସମୟ ହିସାବରେ ବଢ଼ୁଛନ୍ତି। ଯାହାପରେ ଏକ ନୂତନ ପିଢ଼ିର ଯୁବକ ମାନେ ଆସିଥାନ୍ତି। ଯେଉଁମାନେ ବୟସ ଏବଂ ଅଭିଜ୍ଞତାରେ ସେମାନଙ୍କ ସହିତ ମେଳ ଖାଉଥିବା ଲୋକଙ୍କ ସହ ସଂଯୋଗ ସ୍ଥାପନ କରିବା ଆରମ୍ଭ କରନ୍ତି। ଯୁବ ପିଢ଼ି ହୁଏତ ଏପରି କାହାଣୀ ଦେଖିବେ ନାହିଁ ଯେଉଁଠାରେ ୭୦ ବର୍ଷର ବୃଦ୍ଧ ରୋମାନ୍ସ କରୁଥିବେ।
ତେବେ ଇମ୍ରାନ ଅଧୂରେ ହମ୍ ଅଧୂରେ ତୁମ୍ ଫିଲ୍ମ ସହ କମବ୍ୟାକ କରୁଛନ୍ତି। ତାଙ୍କ ବ୍ୟତୀତ ଏହି ଫିଲ୍ମରେ ଭୂମି ପେଡନେକର ମୁଖ୍ୟ ଭୂମିକାରେ ନଜର ଆସିବେ। ଇମ୍ରାନ ଶେଷ ଥର ପାଇଁ କଙ୍ଗନା ରାଣାୱତଙ୍କ ଅଭିନୀତ ଫିଲ୍ମ ‘କଟି ବଟ୍ଟି’ରେ ନଜର ଆସିଥିଲେ। କିନ୍ତୁ ଏହା ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିନଥିଲା।
Comments are closed.