Latest Odisha News

BREAKING NEWS

ଇମ୍ରାନ ଖାନଙ୍କ ପୂର୍ବ ପତ୍ନୀ ରେହମ୍‌ ମିର୍ଜା ବିଲାଲଙ୍କୁ କଲେ ତୃତୀୟ ବିବାହ

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ପିଟିଆଇ ପାର୍ଟି ପ୍ରମୁଖ ଇମ୍ରାନ ଖାନଙ୍କ ପୂର୍ବ ପତ୍ନୀ ତଥା ପାକିସ୍ତାନୀ-ବ୍ରିଟିଶ ସାମ୍ବାଦିକ ରେହମ୍‌ ଖାନ ତୃତୀୟ ବିବାହ କରିଛନ୍ତି । ରେହମ୍‌ଙ୍କ ସ୍ୱାମୀଙ୍କ ନାଁ ହେଉଛି ମିର୍ଜା ବିଲାଲ ।

ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁଯାୟୀ, ମିର୍ଜା ବିଲାଲ ଜଣେ ମଡେଲ ଥିଲେ ଏବେ ସେ କର୍ପୋରେଟ୍‌ ଇଣ୍ଡଷ୍ଟ୍ରୀରେ କାମ କରୁଛନ୍ତି। ତାଙ୍କୁ ବୟସ ୩୬ ବର୍ଷ । ସେ ପୂର୍ବରୁ ଦୁଇ ଦୁଇଥର ବିବାହ କରି ସାରିଥିବା ବେଳେ ଏକ ପୁତ୍ର ସନ୍ତାନର ବାପା। ତେବେ ରେହମ୍‌ ଓ ମିର୍ଜା ଆମେରିକାରେ ଏକ ସମାରୋହରେ ବିବାହ କରିଥିବା ଜଣାପଡ଼ିଛି।

ଏନେଇ ରେହମ୍‌ ଖାନ୍‌ ନିଜ ଟ୍ୱିଟର ଆକାଉଣ୍ଟରେ ବିବାହର ଫଟୋ ସେୟାର କରି ନିଜ ବିବାହ ବିଷୟରେ ଜଣାଇଛନ୍ତି ।  ସେ କ୍ୟାପସନରେ ଲେଖିଛନ୍ତି, ‘ଶେଷରେ ମୋତେ ସେହି ମଣିଷ ମିଳିଗଲା, ଯାହା ଉପରେ ଭରସା କରିପାରିବି’।

ରେହମ୍‌ ପ୍ରଥମ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ପରେ ୨୦୧୪ରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବିବାହ କରିଥିଲେ। ପରେ ୨୦୧୫ରେ ଉଭୟଙ୍କର ଛାଡ଼ପତ୍ର ହୋଇଥିଲା । ତେବେ ରେହମ୍‌ ମିର୍ଜା ବିଲାଲଙ୍କୁ ତୃତୀୟ ବିବାହ କରିଛନ୍ତି ।

 

 

 

 

 

Leave A Reply

Your email address will not be published.