Latest Odisha News

BREAKING NEWS

୯ମାସ ଭିତରେ ୧୦୫୪ କ୍ୱିଂଟାଲ ଗଞ୍ଜେଇ ଜବତ

ଭୁବନେଶ୍ୱର: ୧୦୫୪ କ୍ୱିଂଟାଲ ଗଂଜେଇ ଜବତ । ଜାନୁଆରୀରୁ ସେପ୍ଟେମ୍ବର ଅର୍ଥାତ ଗତ ୯ ମାସ ଭିତରେ ରାଜ୍ୟରେ ୧୦୫୪ କ୍ୱିଂଟାଲ ଗଂଜେଇ ଜବତ ହୋଇଛି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ ।

ସେ କହିଛନ୍ତି, କୋରାପୁଟ ଜିଲ୍ଲାରୁ ସର୍ବାଧିକ ୪୧୩ କ୍ୱିଂଟାଲ ଗଂଜେଇ ଜବତ ହୋଇଥିବା ବେଳେ ମାଲକାନଗିରିରୁ ୨୪୦ କ୍ୱିଂଟାଲ ଗଂଜେଇ ଜବତ ହୋଇଛି । ସେହିପରି ଗଜପତି ଜିଲ୍ଲାରୁ ୧୨୬ କ୍ୱିଂଟାଲ ଗଂଜେଇ ଜବତ ହୋଇଥିବା ସୂଚନା ଦେଇଛନ୍ତି ପୋଲିସ ଡିଜି ।

ଗଂଜେଇ ଚାଲାଣ ଏବଂ ମାଫିଆଙ୍କୁ ଧରିବା ପାଇଁ ୫ଟି ରାଜ୍ୟର ପୋଲିସ୍ ଡିଜିଙ୍କ ସହ ବୈଠକ ହୋଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ପୋଲିସ୍ ଡିଜି । ଓଡ଼ିଶାରେ ବ୍ରାଉନସୁଗାର ଓ ଗଂଜେଇ ବିରୋଧରେ ଜାରି ରହିବ ଅଭିଯାନ । ଚାଲାଣ ରୋକିବାକୁ ଆହୁରୀ କଡ଼ାକଡ଼ି ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ଡିଜିପି ଅଭୟ କହିଛନ୍ତି ।

Leave A Reply

Your email address will not be published.