Latest Odisha News

BREAKING NEWS

ଷ୍ଟାଡିୟମରେ ୩୦ ହଜାର ଲୋକ, କିଏ ଦେଲା ଅନୁମତି ?

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଏହି ଫଟୋଟି ଖୁବ ଭାଇରାଲ୍ ହୋଇଛି । ଯେଉଁଠି କରୋନା ମହାମାରୀ ପାଇଁ ସମସ୍ତ ଦେଶର ସରକାର ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି, ସେଠି ଏକ ଷ୍ଟାଡିୟମରେ ଖେଳ ଦେଖିବା ପାଇଁ ଏକତ୍ରିତ ହୋଇଥିଲେ ୩୦ହଜାର ଲୋକେ । ଏ ନେଇ ଅନେକ ଲୋକ ଆପତ୍ତି ଉଠାଇଥିଲାବେଳେ କିଛି ଏହାକୁ ସମର୍ଥନ ବି କରିଛନ୍ତି ।

ଏହି ଫଟୋଟି ଆସିଛି ସୁଦୂର ନ୍ୟୁ ଜିଲ୍ୟାଣ୍ଡ ଦେଶରୁ । ଯେଉଁଠି ଏକ ରଗ୍‌ବୀ ଟେଷ୍ଟ ମ୍ୟାଚ ଦେଖିବା ପାଇଁ ଏକତ୍ରିତ ହୋଇଥିଲେ ହଜାରହଜାର ଲୋକେ । ସାରା ଦେଶ କରୋନା ମହାମାରୀ ସହ ଲଢୁଥିବାବେଳେ ରବିବାର ୱେଲିଙ୍ଗଟନ୍ ଷ୍ଟାଡିୟମରେ ୩୦ହଜାର ଲୋକ ଏକାଠି ମ୍ୟାଚ ଦେଖିଥିଲେ । ଏହି ଦୃଶ୍ୟ ସମଗ୍ର ବିଶ୍ୱକୁ ତାଜୁବ କରିଛି ।

ଫଟୋରେ ଷ୍ଟାଡିୟମରେ ବସିଥିବା କୌଣସି ଲୋକ ମାସ୍କ ପିନ୍ଧିନଥିବା ଓ ସାମାଜିକ ଦୂରତ୍ୱ ମଧ୍ୟ ଅବଲମ୍ବନ କରିନଥିବା ସ୍ପଷ୍ଟ ଦେଖାଯାଇପାରେ । କିଛି ଲୋକ ଏହି ଘଟଣାକୁ ମୁର୍ଖାମୀ କହିଥିଲାବେଳେ ଆଉ କିଛି ନ୍ୟୁ ଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଜେକିଣ୍ଡା ଆର୍ଡେନଙ୍କ ସାହାସୀକ ଅନୁମତି ବୋଲି ବିବେଚନା କରିଛନ୍ତି ।

ଚଳିତବର୍ଷ ଜୁନ୍ ମାସରେ ଏହି ଦେଶ ନିଜକୁ କରୋନା ମୁକ୍ତ ଘୋଷଣା କରିଥିଲା । ତେବେ କିଛି ସପ୍ତାହ ପରେ ପୁନର୍ବାର କରୋନା ସଂକ୍ରମଣ ସାମ୍ନାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ଆର୍ଡେନ୍ ଅକଲ୍ୟାଣ୍ଡକୁ ଲକ୍‌ଡାଉନ୍ କରିଥିଲେ ।

Leave A Reply

Your email address will not be published.