ନୂଆଦିଲ୍ଲୀ: ଡିସେମ୍ବର ୩୧ ତାରିଖ ରାତି ୧୨ଟାରେ ବଦଳିଛି କ୍ୟାଲେଣ୍ଡର। ସବୁ ଅପେକ୍ଷାର ଅନ୍ତ ଘଟି ଆସିଛି ନୂଆବର୍ଷ ୨୦୨୫। ଖୁବ୍ ଧୁମଧାମରେ ନୂଆବର୍ଷକୁ ସ୍ଵାଗତ କରିଛନ୍ତି ପୁରା ଦେଶବାସୀ । ନୂଆ ବର୍ଷ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଆଦି ଶୁଭେଚ୍ଛା ଜଣାଇଛନ୍ତି।
ଏକ୍ସରେ ପୋଷ୍ଟ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ସମସ୍ତଙ୍କୁ ନୂତନ ବର୍ଷର ଶୁଭେଚ୍ଛା! ୨୦୨୫ ବର୍ଷ ସମସ୍ତଙ୍କ ପାଇଁ ସୁଖ, ଏବଂ ସମୃଦ୍ଧତା ଆଣିଦେଉ । ଏହି ଅବସରରେ, ଆସନ୍ତୁ ଭାରତ ଏବଂ ବିଶ୍ଵର ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ଆମର ପ୍ରତିବଦ୍ଧତାକୁ ନବୀକରଣ କରିବା |
ସେହିପରି ଉପରାଷ୍ଟ୍ରପତି ଜଗଦୀପ ଧନଖଡ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି ଯେ, ସମସ୍ତ ଦେଶବାସୀ ମାନଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା । ଏହା ଆମ ଗଣତନ୍ତ୍ର ଯାତ୍ରାର ଏକ ମହତ୍ତ୍ଵପୁର୍ଣ୍ଣ ମୋଡ । ଆମ ସମ୍ବିଧାନ ନିର୍ମାତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ନିଜକୁ ସମର୍ପିତ କରିବାର ସମୟ ଆସିଛି ।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ପିଏମ ମୋଦୀ କହିଛନ୍ତି, ୨୦୨୫ ପାଇଁ ଶୁଭେଚ୍ଛା । ଏହି ବର୍ଷ ସମସ୍ତଙ୍କ ପାଇଁ ନୂତନ ସୁଯୋଗ, ସଫଳତା ଏବଂ ଅସୀମ ସୁଖ ଆଣିଦେଉ । ସମସ୍ତେ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧିର ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ ।
ସେହିପରି ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନୂତନ ନବବର୍ଷ ଅବସରରେ ଓଡ଼ିଆ ଭାଇଭଉଣୀଙ୍କୁ ମୋର ଶୁଭେଚ୍ଛା । ମହାପ୍ରଭୁଙ୍କ କୃପାରୁ ନବବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ ବୋଲି ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ।
Comments are closed.