Latest Odisha News

BREAKING NEWS

ଢେଙ୍କାନାଳ ସେଲଟର ହୋମ୍ ଘଟଣା: ପରିଚାଳକ ଗିରଫ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଳା ବେଲଟିକିରି ନିକଟସ୍ଥ ଏକ ସେଲଟର ହୋମରେ ନାବାଳିକାମାନଙ୍କୁ ଯୌନ ନିର୍ଯ୍ୟାତନା ଦିଆଯାଉଥିବା ଘଟଣାରେ ଶନିବାର ଦିନ ପୋଲିସ୍ ସେଲଟର ହୋମ୍ ପରିଚାଳକ ସୀମାଞ୍ଚଳ ନାୟକଙ୍କୁ ଗିରଫ କରିଛି।

ଗଣମାଧ୍ୟମକୁ ସୂଚନା ଦେଇ ଢେଙ୍କାନାଳ ଏସଡିପିଓ ଏସକେ ଅବଦୁଲ କରିମ୍ କହିଛନ୍ତି “ ଶିଶୁ ସୁରକ୍ଷା ଅଧିକାରୀଙ୍କ ଏତଲାକୁ ଆଧାର କରି ସେଲ୍ଟର୍ ହୋମ୍ ପରିଚାଳକ ସୀମାଞ୍ଚଳ ନାୟକ ଗିରଫ ହୋଇଛନ୍ତି । ଏହି ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ସେଲ୍ଟର୍ ହୋମ୍ ଏମ୍ଡି ଫୟାଜ ରେହମାନ୍ ଫେରାର ହୋଇ ଯାଇଛନ୍ତି ।

ଅନ୍ୟପକ୍ଷରେ ଏହି ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ ବେଲଟିକିରି ନିକଟସ୍ଥ ‘ଡ୍ରିମ୍ ସେଣ୍ଟର’ ସେଲ୍ଟର୍ ହୋମ୍ରେ ଛାତ୍ରୀଙ୍କୁ ଯୌନ ନିର‌୍ୟାତନା ଦିଆଯାଉଥିବା ଅଭିଯୋଗ ହେବା ପରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା । ଏହି ଅଭିଯୋଗ ପରେ ସ୍ଥାନୀୟ ପୋଲିସ ସେଲ୍ଟର୍ ହୋମ୍ ପରିଚାଳକକୁ ଆଜି ଗିରଫ କରିଛି । ଶିଶୁ ସୁରକ୍ଷା ଅଧିକାରୀ ଏବଂ ଶିଶୁ ମଙ୍ଗଳ କମିଟି ଗତକାଲି ମିଳିତ ଭାବେ ଚଢ଼ାଉ କରିଥିଲେ ଏବଂ ଏନେଇ ସଦର ଥାନାରେ ଏକ ଏତଲା ଦାୟର କରିଥିଲେ ।

ଆହୁରି ମଧ୍ୟ ଏହି ସେଲଟର ହୋମ୍ ୨୦୧୨ ମସିହାରେ ଢୋଙ୍କାନାଳରେ ଖୋଲିଥିଲା ଏବଂ ପରବର୍ତ୍ତୀ ସମୟରେ ୨୦୧୫ ମସିହାରେ ଜିଲ୍ଲା ପ୍ରଶାସନ ଏହାକୁ ବେଆଇନ ଘୋଷଣା କରି ବନ୍ଦ କରିଦେଇଥିଲେ ।

ଯାହାର ମାମଲା ହାଇକୋର୍ଟରେ ବିଚାରଧିନ ଭାବେ ରହିଛି । ଏଥିସହିତ ୨୦୧୬ରେ ବେଲଟିକିରିରେ ଡ୍ରିମ୍ ସେଣ୍ଟର ସେଲଟର ହୋମ୍ ନାମରେ ପୁଣି ଖୋଲିଥିଲା । ଯେଉଁଥିରେ ପାଖାପାଖି ୫୪ ଜଣ ନାବାଳିକାଙ୍କ ସମେତ ୪୦ଜଣ ନାବାଳକ ରହୁଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.