Latest Odisha News

BREAKING NEWS

ମନ ମୋହୁଛି ‘ପ୍ୟାର ଅଲଗା ପ୍ରକାର’

ଭୁବନେଶ୍ୱର : ସଦ୍ୟ ରିଲିଜ ହୋଇଥିବା ଝିଲିକ୍-ଜ୍ୟୋତି ଅଭିନୀତ ‘ପ୍ୟାର ଅଲଗା ପ୍ରକାର’ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି । ଏହି ଫିଲ୍ମରେ ଲିଡ୍ ରୋଲରେ ନଜର ଆସୁଛନ୍ତି ଝିଲିକ୍-ଜ୍ୟୋତି ।

ବଙ୍ଗୀୟ ଲଳନା ଝିଲିକ୍ ଭଟ୍ଟାଚାର୍ଯ୍ୟ ଓଲିଉଡ ଜଗତରେ ନିଜ ଅଭିନୟ ଯାଦୁ ବଳରେ ଦର୍ଶକଙ୍କୁ ମତୁଆଲା କରିପାରିଛନ୍ତି । ଅଦ୍ୟାବଧି ଓଲିଉଡର ପାଖାପାଖି ସବୁ ହିରୋଙ୍କ ସହ ଝିଲିକ୍ ଅଭିନୟ କରିସାରିଛନ୍ତି । ବର୍ତ୍ତମାନ ସମୟରେ ଝିଲିକ୍ ଓ ଜ୍ୟୋତିଙ୍କ କେମିଷ୍ଟ୍ରିକୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି ।

‘ପ୍ୟାର ଅଲଗା ପ୍ରକାର’ ଫିଲ୍ମର ଟାଇଟଲ ଟ୍ରାକ ସମେତ ‘ପାପୁଲିରେ ମୋର’, ‘ଭଲ ପାଇଥିଲି’ ଭଳି ଫିଲ୍ମର ସବୁ ଗୀତ ଦର୍ଶକଙ୍କୁ ମନକୁ ବେଶ୍ ଛୁଇଁପାରିଛି ।

ଜ୍ୟୋତି ଓ ଝିଲିକ୍ଙ୍କ ବ୍ୟତିତ ଫିଲ୍ମରେ ବିଜୟ ମହାନ୍ତି, ମିହିର ଦାସ, ଜୟୀରାମ ସାମଲ, ପ୍ରଜ୍ଞା ରଞ୍ଜନ ଖଟୁଆ, ଜୀବନ ପଣ୍ଡା ଓ ଦେବୁ ବ୍ରହ୍ମା ପ୍ରମୁଖ ରହିଛନ୍ତି ।

ଏହି ଫିଲ୍ମକୁ ପ୍ରଡ୍ୟୁସ କରିଛନ୍ତି ସାଇଶ୍ରଦ୍ଧା ଟେଲି ପ୍ରଡକ୍ସନ ଓ ଜି-ସାର୍ଥକ । ଉଭୟ ମ୍ୟୁଜିକାଲ ଓ ଆକ୍ସନରେ ଭରପୂର ଏହି ରୋମାଣ୍ଟିକ ଫିଲ୍ମର ସଙ୍ଗୀତ ଅମରେନ୍ଦ୍ର ମହାନ୍ତି ଦେଇଥିବାବେଳେ ଗୀତଗୁଡିକୁ ଲେଖିଛନ୍ତି ବିଜୟ ମଲ୍ଲ । ହୀରା ଚୌଧୁରୀ ନିର୍ଦ୍ଦେଶନା ଦେଇଛନ୍ତି ।

Leave A Reply

Your email address will not be published.