Latest Odisha News

BREAKING NEWS

କମିବ ରାତି ତାପମାତ୍ରା, ୧୬ରୁ ପୁଣି ବଢ଼ିବ ତାତି

ଭୁବନେଶ୍ବର: ଫେବୃଆରୀରେ ତାପମାତ୍ରାରେ ରେକର୍ଡ କରୁଛି ବିଭିନ୍ନ ସହର। ଚଳିତ ବର୍ଷ ପ୍ରଥମ ଥର ୩୫ ଡିଗ୍ରୀ ଛୁଇଁଛି ରାଜଧାନୀ ଭୁବନେଶ୍ବର ତାତି। ଗତକାଲି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ବର ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ ହୋଇଛି । ହେଲେ ଆଜି (ଶୁକ୍ରବାର)କମିବ ରାତି ତାପମାତ୍ରା। ଦିନ ତାପମାତ୍ରା ବି ଅଳ୍ପ ଖସିବ। ସାମୟିକ ଭାବେ ଗରମ ପ୍ରକୋପରୁ ସାମାନ୍ୟ ଆଶ୍ୱସ୍ତି ମିଳିବ।

ରାତିରେ ହାଲୁକା ଥଣ୍ଡା ଲାଗିପାରେ। ଏଭଳି ପୂର୍ବାନୁମାନ କରିଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି। ଆସନ୍ତା ୧୪ ଓ ୧୫ ତାରିଖରେ ରାଜ୍ୟରେ ତାପମାତ୍ରା ସାମାନ୍ୟ କମିବ। ଗରମ ପ୍ରକୋପ ବି କମିବ। ହେଲେ ୧୬ରୁ ପୁଣି ତାପମାତ୍ରା ବଢ଼ିବ। ୩୬-୩୭ ଡିଗ୍ରୀ ସେଲସିୟସ୍‌ ପହଞ୍ଚିପାରେ ବିଭିନ୍ନ ସ୍ଥାନର ଦିନ ତାପମାତ୍ରା।

ପାଣିପାଗ ବିଭାଗ ଅନୁସାରେ, ବର୍ତ୍ତମାନ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ କମିବା ସମ୍ଭାବନା ଅଛି। ସେହିପରି ଦିନ ତାପମାତ୍ରା ୧ରୁ ୨ ଡିଗ୍ରୀ କମିପାରେ। ଆସନ୍ତା ୪ରୁ ୫ ଦିନ ଭିତରେ ପାଣିପାଗରେ ବଡ଼ ପରିବର୍ତ୍ତନ ସମ୍ଭାବନା ନାହିଁ । ଗୁରୁବାର ଭୁବନେଶ୍ୱର ସମେତ ରାଜ୍ୟର ୮ଟି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍‌ ଏବଂ ତା’ଠାରୁ ଅଧିକ ଥିଲା। ସବୁଠାରୁ ଉତ୍ତପ୍ତ ଥିଲା ଅନୁଗୁଳ ସହର । ଏଠାରେ ପାରଦ ୩୫.୯ ଡିଗ୍ରୀ ଛୁଇଁଥିଲା ।

 

Comments are closed.