Latest Odisha News

BREAKING NEWS

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଆଗକୁ ବଢିବ ଭାରତ; ଗବେଷଣା ପାଇଁ ସ୍ଥାପନା ହେବ ୩ ସେଣ୍ଟର ଫର୍‌ ଏକ୍ସିଲେନ୍ସ

ନୂଆଦିଲ୍ଲୀ: ବୁଧବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ବର୍ଷର ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍‌ରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉପରେ ବି ଗୁରୁତ୍ୱ ଦିଆଯାଇଛି।  ସାରା ବିଶ୍ୱରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ବହୁତ ଆଗକୁ ଗଲାଣି। ଆମେରିକା ଓ ଅନ୍ୟାନ୍ୟ ବିକଶିତ ଦେଶେର ଏଆଇ ଦ୍ୱାରା ବହୁତ କାର୍ଯ୍ୟ ସହଜରେ ସାଧନ ହୋଇପାରୁଛି। ଏ କ୍ଷେତ୍ରରେ ଭାରତ ବି ପଛରେ ପଡିବ ନାହିଁ। ଏଥିପାଇଁ ୩ଟି ସେଣ୍ଟର ଅଫ୍ ଏକ୍ସଲେନ୍ସ(ଏଆଇ ଉତ୍‌କୃଷ୍ଠତା କେନ୍ଦ୍ର)ର ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ଏହି ସେଣ୍ଟରଗୁଡ଼ିକ ଦେଶର ମୁଖ୍ୟ ଶିକ୍ଷା ସଂସ୍ଥାଗୁଡ଼ିକରେ ବିକଶିତ କରାଯିବ। ଭାରତରେ ଏଆଇ ବିକଶିତ କରିବା ଓ ଭାରତ ପାଇଁ ଏଆଇ କାମ କରିବ ଉଦ୍ଦେଶ୍ୟରେ ଏହାର ସ୍ଥାପନା କରାଯିବ ବୋଲି ବଜେଟ୍ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ କହିଛନ୍ତି।

ସେ ତାଙ୍କ ଭାଷଣରେ କହିଛନ୍ତି “ ଏଥିରେ ଦେଶର ପ୍ରମୁଖ ଉଦ୍ୟୋଗଗୁଡ଼ିକ ଆବଶ୍ୟକ ସୂଚନା ଏକତ୍ର କରିବା ପାଇଁ ଗବେଷଣାରେ(ଇଣ୍ଟରଡିସିପ୍ଲିନାରୀ ରିସର୍ଚ୍ଚ) ସହଯୋଗ କରିବେ। ଏବଂ କୃଷି, ସ୍ୱାସ୍ଥ୍ୟ ଓ ସ୍ଥିତିବାନ ସହରରେ ଥିବା ସମସ୍ୟାର ସମାଧାନ କଟିଂ ଏଜ୍ ଆପ୍ଲିକେସନର ବିକାଶ କରିବେ।” ଏପରି ହେବା ଦ୍ୱାରା ଏହା ଏକ ପ୍ରଭାବୀ ଏଆଇ ପରିବେଶ ସୃଷ୍ଟି କରିବାକୁ ପ୍ରୋତ୍ସାହନ ମିଳିବ। ତା ସହ ଏ କ୍ଷେତ୍ରରେ ମାନବ ସମ୍ବଳରେ ଅଭିବୃଦ୍ଧି ହେବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି। ଏଆଇ ପାଇଁ ସ୍ଥାପନା ହେବାକୁ ଥିବା ସେଣ୍ଟର ଫର୍‌ ଏକ୍ସଲେନ୍ସ ‘ମେକ୍ ଏଆଇ ଇନ୍ ଇଣ୍ଡିଆ’ ‘ ମେକ୍ ଆଇ ୱାର୍କ ଫର୍ ଇଣ୍ଡିଆ’ ଅଭିଯାନକୁ ସାକାର କରିବା ଦିଗରେ କାମ କରିବ।

 

Comments are closed.