ଶ୍ରୀନଗର: ‘୬ ମେ ରାତି ଏକ ବିପର୍ଯ୍ୟୟ ଥିଲା, ପାକିସ୍ତାନ ତା’ର ପରାଜୟକୁ ମନେ ରଖିବ’ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜମ୍ମୁ ଏବଂ କାଶ୍ମୀରର ରିଆସି ଜିଲ୍ଲାରେ ଚେନାବ ସେତୁର ଉଦଘାଟନ କରି ନିଜ ଉଦବୋଧନରେ ପୁଣି ଆଜି ପାକିସ୍ତାନ ଉପରେ ବର୍ଷି କିଛି ଏପରି କହିଛନ୍ତି ମୋଦି । ତେବେ ପହଲଗାମ ଆକ୍ରମଣ ପରେ ଏହା ମୋଦିଙ୍କ ପ୍ରଥମ କାଶ୍ମୀର ଗସ୍ତ ।
ଯେଉଁଥିରେ ମୋଦି ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରି ସିଧାସଳଖ ପାକିସ୍ତାନ ଉପରେ ଆକ୍ରମଣ କରିଥିଲେ। ସେ କହିଥିଲେ ଯେ ଏହି ଆକ୍ରମଣ ମାଧ୍ୟମରେ ପାକିସ୍ତାନ କେବଳ ମାନବତା ନୁହେଁ ବରଂ କାଶ୍ମୀରିୟତା ଉପରେ ମଧ୍ୟ ଆକ୍ରମଣ କରିଛି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ପାକିସ୍ତାନର ଉଦ୍ଦେଶ୍ୟ ଥିଲା ଭାରତରେ ଅଶାନ୍ତି ପ୍ରସାର କରିବା ଏବଂ ଦଙ୍ଗା ସୃଷ୍ଟି କରିବା। ଏହା ଦେଶର ପର୍ଯ୍ୟଟନ ଶିଳ୍ପକୁ ଦୁର୍ବଳ କରିବାକୁ ଚାହୁଁଛି, ଯାହା ଦ୍ୱାରା ଜମ୍ମୁ ଏବଂ କାଶ୍ମୀରର ଗରିବ ଲୋକଙ୍କ ଜୀବନଜୀବିକା ପ୍ରଭାବିତ ହୁଏ । ଆତଙ୍କବାଦୀମାନେ ଆଦିଲ ନାମକ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କୁ ମଧ୍ୟ ହତ୍ୟା କରିଥିଲେ, ଯିଏ ତାଙ୍କ ପରିବାର ପାଇଁ କଠିନ ପରିଶ୍ରମ କରୁଥିଲେ। ଏହା ପ୍ରମାଣ ଯେ ଆତଙ୍କବାଦ କେବଳ ନିର୍ଦ୍ଦୋଷଙ୍କୁ ଟାର୍ଗେଟ କରେ ।
ପ୍ରଧାନମନ୍ତ୍ରୀ ଆହୁରି ବି କହିଛନ୍ତି ଯେ ଏବେ ଜମ୍ମୁ-କାଶ୍ମୀରର ଲୋକମାନେ ପାକିସ୍ତାନର ଏହି ଷଡ଼ଯନ୍ତ୍ର ବିରୋଧରେ ଏକଜୁଟ ହୋଇଛନ୍ତି । ଉପତ୍ୟକାବାସୀ ଆତଙ୍କବାଦକୁ ଉଚିତ ଜବାବ ଦେବାକୁ ସଂକଳ୍ପ ନେଇଛନ୍ତି। କେବଳ ଏତିକି ନୁହେଁ, ଆତଙ୍କବାଦୀମାନେ ଏଠାରେ ସ୍କୁଲଗୁଡ଼ିକୁ ମଧ୍ୟ ପୋଡ଼ି ଦେଇଥିଲେ, କିନ୍ତୁ ଏବେ ଜନସାଧାରଣ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ ସେମାନେ ଘୃଣାର ଏଜେଣ୍ଡାକୁ ଗ୍ରହଣ କରିବେ ନାହିଁ । ପ୍ରଧାନମନ୍ତ୍ରୀ ମୋଦୀ ଏହା ମଧ୍ୟ ପୁନରାବୃତ୍ତି କରିଛନ୍ତି ଯେ ତାଙ୍କ ସରକାର ପ୍ରତ୍ୟେକ ପ୍ରକାରର ଆତଙ୍କବାଦର ନିର୍ଣ୍ଣାୟକ ଜବାବ ଦେବ ଏବଂ ଜମ୍ମୁ-କାଶ୍ମୀରକୁ ବିକାଶ ଏବଂ ଶାନ୍ତିର ନୂତନ ଶିଖରରେ ପହଞ୍ଚାଇବ।
ଏଥିସହିତ ପ୍ରଧାନମନ୍ତ୍ରୀ ମୋଦୀ ଅପରେସନ ସିନ୍ଦୂରକୁ ନେଇ କହିଛନ୍ତି, ଆଜିର ୬ ଜୁନ୍ ତାରିଖ ଆମକୁ ସେହି ଐତିହାସିକ ରାତିର ମନେ ପକାଇ ଦିଏ ଯେତେବେଳେ ଭାରତ ଆତଙ୍କବାଦ ବିରୁଦ୍ଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ନେଇଥିଲା। ମନେରଖ ୬ ମେ ରାତିରେ କ’ଣ ଘଟିଥିଲା। ଏବେ ଯେତେବେଳେ ପାକିସ୍ତାନ ‘ଅପରେସନ୍ ସିନ୍ଦୂର’ର ନାମ ଶୁଣିବ, ସେତେବେଳେ ଭାରତର ଶକ୍ତି ମନେ ପଡ଼ିବ। ସେ କେବେ କଳ୍ପନା କରିନଥିଲା ଯେ ଭାରତ ତା’ର ଘରେ ପ୍ରବେଶ କରି ଆତଙ୍କବାଦର ଢାବାଗୁଡ଼ିକୁ ଧ୍ୱଂସ କରିବ ।ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ଏହି ସର୍ଜିକାଲ ପ୍ରତିକ୍ରିୟାରେ ପାକିସ୍ତାନ କ୍ରୋଧିତ ହୋଇଥିଲା ଏବଂ ଏହା ଜମ୍ମୁ ଅଞ୍ଚଳର ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିଥିଲା । ସେ କହିଛନ୍ତି, “ସାରା ବିଶ୍ୱ ଦେଖିଛି ଯେ ପାକିସ୍ତାନ ମନ୍ଦିର, ମସଜିଦ ଏବଂ ସ୍କୁଲରେ କିପରି ଗୁଳିବର୍ଷା କରିଛି ।
ଆହୁରି ମଧ୍ୟ ମୋଦି କହିଛନ୍ତି, ଏହି ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ସମ୍ପ୍ରତି ସରକାରୀ ଚାକିରି ଦିଆଯାଇଛି। ଏହା ସହିତ, ଯେଉଁମାନଙ୍କର ଘର ନଷ୍ଟ ହୋଇଛି ସେମାନଙ୍କୁ ଆର୍ଥିକ ସହାୟତା ଦିଆଯାଇଛି। ଏବେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଏହି ପ୍ରଭାବିତ ପରିବାରଗୁଡ଼ିକୁ ଅଧିକ ସହାୟତା ଦିଆଯିବ। ଯେଉଁମାନଙ୍କର ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି ସେମାନଙ୍କୁ ଏକ ଲକ୍ଷ ଟଙ୍କା ମିଳିବ। ସେହି ସମୟରେ, ଯେଉଁ ଘରଗୁଡ଼ିକ ଗୁଳିବର୍ଷା ଯୋଗୁଁ ବହୁତ କ୍ଷତିଗ୍ରସ୍ତ ହୋଇଛି ସେମାନଙ୍କୁ ଦୁଇ ଲକ୍ଷ ଟଙ୍କା ମିଳିବ ବୋଲି ବଡ ଘୋଷଣା କରିଛନ୍ତି ମୋଦି ।
Comments are closed.