Latest Odisha News

BREAKING NEWS

ଜୁଲାଇ ୨୪ରେ +୩ ଶେଷ ବର୍ଷ ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ଜୁଲାଇ ୨୪ରେ ହେବ ଯୁକ୍ତ ୩ ଶେଷବର୍ଷ ପରୀକ୍ଷା । ସେହିପରି ଅଗଷ୍ଟ ୨୦ରେ ପିଜି ଶେଷ ସେମିଷ୍ଟାର ପରୀକ୍ଷା ହେବ। ପିଜି ଆଡମିସନ ପାଇଁ ଏକକ ପରୀକ୍ଷା ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ହେବ । ଏନେଇ ଆଜି ୧୧ଟି ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ।

ସେ କହିଛନ୍ତି ଯେ, ଲକଡାଉନ୍ ପାଇଁ ପିଲାଙ୍କ ପାଠ ପଢ଼ାରେ ବିଳମ୍ବ ହେଉଛି । ଏଥିପାଇଁ ଖୁବଶୀଘ୍ର ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ହୋଇଛି । ଏଥିଲାଗି ୩୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଆସନ୍ତାକାଲିଠାରୁ ବିଶ୍ୱବିଦ୍ୟାଳୟ ଓ ଅଟୋନୋମସ କଲେଜଗୁଡିକରେ କାମ ଆରମ୍ଭ ହେବ ।
ରାଜ୍ୟ ସରକାରଙ୍କ କୋଭିଡ-୧୯ ଗାଇଡଲାଇନ୍ ଅନୁଯାୟୀ ସମସ୍ତ ନିଷ୍ପତ୍ତି ନିଆଯାଇଛି । ପ୍ରତି ୧୫ ଦିନରେ ଥରେ କୁଳପତିମାନଙ୍କ ସହ ଆଲୋଚନା ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ୟୁଜିସି ଗାଇଡଲାଇନକୁ ନେଇ ମାନସ ମନ୍ଥନ। ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କୁଳପତିମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ ହୋଇଥିଲା । ଲୋକସେବା ଭବନ ରେ ବିଭାଗୀୟ ମନ୍ତ୍ରୀ, ସଚିବ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପାଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.