Latest Odisha News

BREAKING NEWS

ଯାଜପୁରରୁ ପୁଣି ଚିହ୍ନଟ ହେଲେ କରୋନା ପଜିଟିଭ୍‌, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୪କୁ ବୃଦ୍ଧି

ଭୁବନେଶ୍ୱର : ଯାଜପୁରରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କ ବୟସ ୬୫ ବର୍ଷ ବୋଲି ଜଣାପଡିଛି । ଏଥି ସହ ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୧୭୯ରେ ପହଞ୍ଚିଛି । ଏହି ନୂଆ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ପରେ ଯାଜପୁର ଜିଲ୍ଲାରେ ମୋଟ ସଂଖ୍ୟା ୫୪ ଛୁଇଁଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ବୁଧବାର ମୋଟ ତିନି ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲା ବ୍ୟତୀତ ଅନ୍ୟମାନେ ବାଲେଶ୍ୱର ଓ ଗଂଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଯାଜପୁର ଓ ବାଲେଶ୍ୱର ଜିଲ୍ଲାରୁ ଚିହ୍ନଟ ଆକ୍ରାନ୍ତଙ୍କର ପଶ୍ଚିମ ବଙ୍ଗ ଲିଙ୍କ ଥିବା ଟ୍ୱିଟରରେ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟର ବିଭିନ୍ନ କୋଭିଡ୧୯ ହସ୍ପିଟାଲରେ ଚିକିତ୍ସା ପରେ ୬୦ କରୋନା ପଜିଟିଭ ରୋଗୀ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.