Latest Odisha News

BREAKING NEWS

ଏହି ଜିଲ୍ଲାରେ ବଢିଛି ସଡ଼କ ଦୁର୍ଘଟଣା; ଗତବର୍ଷ ତୁଳନାରେ ୧୧ % ଅଧିକ ଦୁର୍ଘଟଣା

ଖୋର୍ଦ୍ଧା: ଜିଲ୍ଲାରେ ଗତବର୍ଷ(ଜାନୁଆରୀରୁ ସେପ୍ଟେମ୍ବର) ତୁଳନାରେ ଚଳିତବର୍ଷ ୧୧.୦୧ ପ୍ରତିଶତ ଅଧିକ ଦୁର୍ଘଟଣା ଘଟିଛି । ଜାତୀୟ ରାଜପଥରେ ହିଁ ସର୍ବାଧିକ ମୁଣ୍ଡ ଗଡି଼ଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ବୈଠକରେ ଏହି ତଥ୍ୟ ଉପସ୍ଥାପନ କରାଯାଇଛି ।

ଗତବର୍ଷ ଜାନୁଆରୀରୁ ସେପ୍ଟେମ୍ବର ଭିତରେ ମୋଟ ୮୪୯ଟି ଦୁର୍ଘଟଣା ଘଟିଥିଲା । ଚଳିତବର୍ଷ ଏହି ସଂଖ୍ୟା ବଢ଼ିକି ୯୫୪ରେ ପହଞ୍ଚିଛି । ଦୁର୍ଘଟଣା ଯୋଗୁଁ ଗତବର୍ଷ ୨୭୦ଜଣଙ୍କ ମୃତ୍ୟୁ ଘଟିଥିଲା । ଚଳିତଥର ୨୭୬ଜଣଙ୍କ ଜୀବନ ଯାଇଛି । ଯାହା ଗତବର୍ଷ ତୁଳନାରେ ୨.୧୭ ପ୍ରତିଶତ ଅଧିକ । ଏପଟେ ଗତବର୍ଷ ୯ ମାସରେ ୫୪୭ଜଣ ଗୁରୁତର ହୋଇଥିବା ବେଳେ ଚଳିତ ଥର ମୋଟ ୫୩୪ଜଣ ଗୁରୁତର ଆହତ ହୋଇଛନ୍ତି ।

ପୂର୍ବରୁ ଜାତୀୟ ରାଜପଥ ନଂ-୧୬ରେ ଓଭରବ୍ରିଜ୍‌ ନଥିବାରୁ ଅଧିକାଂଶ ଦୁର୍ଘଟଣା ଘଟୁଥିଲା। କିନ୍ତୁ ବର୍ତ୍ତମାନ ଭୁବନେଶ୍ୱର ପାହାଳଠାରୁ ଖୋର୍ଦ୍ଧା ସୀମା ଶେଷ ଯାଏ ଓଭରବ୍ରିଜ୍‌ ନିର୍ମାଣ ସରିଛି । ଏଥିଯୋଗୁଁ ଏନ୍‌ଏଚ୍‌ରେ ବ୍ଲାକ୍‌ ସ୍ପଟ୍‌ର ସଂଖ୍ୟାରେ ବି ହ୍ରାସ ପାଇଛି ।

ନଭେମ୍ବରରୁ ଫେବ୍ରୁଆରୀ ଭିତରେ ପିକ୍‌ନିକ୍‌ ଓ କୁହୁଡ଼ି ଯୋଗୁଁ ଦୁର୍ଘଟଣା ବଢ଼ିବା ଆଶଙ୍କା ରହିଛି । ବର୍ଷକ ଭିତରେ ଦୁର୍ଘଟଣାର ଏହି ବର୍ଦ୍ଧିତ ତଥ୍ୟ ଜିଲ୍ଲା ପ୍ରଶାସନ ସହ ପରିବହନ ବିଭାଗର ଚିନ୍ତା ବଢାଇ ଦେଇଛି ।

Comments are closed.