ଭୋପାଳ: ମଧ୍ୟପ୍ରଦେଶର କମଳନାଥ ସରକାର ବିବାହ କରିବାକୁ ଥିବା ଭାବି ଦମ୍ପତ୍ତିଙ୍କ ଲାଗି ଏକ ଅଜବ ସର୍ତ୍ତ ରଖିଛନ୍ତି।
ଶୌଚାଳୟରେ ଛିଡା ହୋଇ ଯେଉଁ ଭାବି ଦମ୍ପତି ଫଟୋ ଉଠାଇବେ, ସେମାନଙ୍କୁ ସରକାରଙ୍କ ପକ୍ଷରୁ ଉପହାର ସ୍ୱରୂପ ପାଖାପାଖି ୫୧ ହଜାର ଟଙ୍କା ମିଳିବ ।
ଏହି ଟଙ୍କା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନୁଯାୟୀ ମିଳିବ ବୋଲି କହିଛନ୍ତି ଭୋପାଳ ମହାନଗର ପାଳିକା । ଏଥିସହିତ ବର ଘରେ ଶୌଚାଳୟ ଥିବା ନେଇ କନ୍ୟାଜଣକ ସ୍ପଷ୍ଟ କରିବା ପରେ ତାଙ୍କୁ ଏହି ଅର୍ଥରାଶି ପ୍ରଦାନ କରାଯିବ ।
ଆହୁରି ମଧ୍ୟ ଏହି ନିୟମ ଭୋପାଳ ସହିତ ଗାଁ ଗହଳି ଗୁଡିକରେ ମଧ୍ୟ ଲାଗୁ ହେବ ବୋଲି ମହାନଗର ପାଳିକା ପ୍ରକାଶ କରିଛନ୍ତି ।
ଏନେଇ ବିଏମସିର ପ୍ରଭାରୀ ସିବି ମିଶ୍ରା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ପୂର୍ବରୁ ବିବାହର ୩୦ ଦିନ ପରେ ଶୌଚାଳୟ ନିର୍ବାଣ କଲେ ଏହି ଅର୍ଥରାଶି ପ୍ରଦାନ କରାଯାଉଥିଲା । ବର୍ତ୍ତମାନ ସମୟରେ ବିବାହ ପୂର୍ବରୁ ଭାବି ଦମ୍ପତ୍ତି ଶୌଚାଳୟ ଉପରେ ଛିଡା ହୋଇ ଫଟୋ ଉଠାଇ ମହାନଗର ପାଳିକାକୁ ଦେବାକୁ ପଡିବ ।
Comments are closed.