Latest Odisha News

BREAKING NEWS

ଦୀପାବଳିରେ ଘରକୁ ଆଣନ୍ତୁ ଏହିସବୁ ଜିନିଷ, ସ୍ପର୍ଶ କରିବ ନାହିଁ ଆର୍ଥିକ ସମସ୍ୟା !

ଭୁବନେଶ୍ୱର: ଏହି ସଂସାର ଓ ସମାଜରେ ଦାରିଦ୍ରତା ସବୁଠାରୁ ବଡ ଅଭିଶାପ ବୋଲି ବିବେଚନା କରାଯାଏ । ଶାସ୍ତ୍ରରେ କୁହାଯାଇଛି “ବୁଭୁକ୍ଷିତଃ :କିଂ ନକେରତିପାପମ” ଅର୍ଥାତ କ୍ଷୁଦାର୍ଥ ବ୍ୟକ୍ତି ଯେକୌଣସି ପାପ କରିପାରେ ।

ତେବେ ଏହି ଅଭିଶାପ ଅର୍ଥାତ ଦାରିଦ୍ୟରୁ ମୁକ୍ତି ପାଇବା ଲାଗି ମଧ୍ୟ ଶାସ୍ତ୍ରରେ ଏମିତି କିଛି ମୁହୂର୍ତ୍ତ ଏବଂ ବସ୍ତୁ ସମ୍ପର୍କରେ ବର୍ଣ୍ଣନା କରାଯାଇଛି ଯାହାଦ୍ୱାରା ବ୍ୟକ୍ତିର ଦାରିଦ୍ରତା ଦୁରେଇ ଯିବ।

ଦୀପାବଳି ଏମିତି ଏକ ସିଦ୍ଧ ଏବଂ ପବିତ୍ର ମୁହୂର୍ତ୍ତ ଯେଉଁ ସମୟରେ ଆପଣ ଯଦି ନିମ୍ନରେ ଦିଆଯାଇଥିବା ଜିନିଷଗୁଡ଼ିକ ଘରକୁ ଆଣନ୍ତି ତାହେଲେ ଆପଣଙ୍କୁ କେବେହେଲେ ଅର୍ଥ କଷ୍ଟ ହେବନାହିଁ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ।

ଆମ ଶାସ୍ତ୍ରମାନଙ୍କରେ ଏଭଳି କିଛି ଧନ ଆକର୍ଷଣକାରୀ ଜିନିଷ ସମ୍ପର୍କରେ ସୂଚନା ଦିଆଯାଇଛି ଯାହା ପ୍ରବଳ ଧନ ଆକର୍ଷଣ କରିପାରେ । ତେବେ ଜାଣନ୍ତୁ ଏହା ସମ୍ପର୍କରେ

ହାତଯୋଡ଼ି:

ହାତଯୋଡ଼ି ଏକ ନିର୍ଦ୍ଧିଷ୍ଟ ବୃକ୍ଷର ଚେର। ଏହାର ଆକୃତି ମଣିଷର ଯୋଡି ହୋଇରହିଥିବା ଦୁଇ ହାତ ସଦୃଶ ହୋଇଥାଏ । ଏହି ଚେରରେ ପ୍ରବଳ ବଶୀକରଣ ଶକ୍ତି ରହିଥିବା ଶାସ୍ତ୍ରରେ କୁହାଯାଇଛି । ଦୀପାବଳିରେ ଯଦି ସିଦ୍ଧ ଏବଂ ଅଭିମନ୍ତ୍ରିତ ‘ହାତଯୋଡ଼ି’ ଚେର ଆଣି ନିଜ ଟ୍ରେଜେରିରେ ରଖାଯାଏ ତେବେ ଏହା ପ୍ରାଚୁର ଧନ ଆକର୍ଷଣ କରିପାରିବ ବୋଲି ବିଶ୍ୱାସ ରହିଛି ।

ସ୍ପଟିକ ଶ୍ରୀଯନ୍ତ୍ର:

ଦୀପାବଳିରେ ଯଦି ସିଦ୍ଧ ଏବଂ ଅଭିମନ୍ତ୍ରିତ ସ୍ପଟିକ ଶ୍ରୀଯନ୍ତ୍ର ପୂଜାଘରେ ସ୍ଥାପନ କରାଯାଏ ତାହେଲେ ମଧ୍ୟ କେବେ ଧନର ଅଭାବ ରହିବନାହିଁ ।

ଏକାକ୍ଷୀ ନାରିକେଳ ବା ନଡ଼ିଆ:

ଏକାକ୍ଷୀ ବା ଏକ ଆଖିଥିବା ନାରିକେଳକୁ ଲକ୍ଷ୍ମୀଙ୍କ ସାକ୍ଷାତ ସ୍ୱରୂପ ବୋଲି ବିଚାର କରାଯାଏ | ଦୀପାବଳି ରାତିରେ ଏକାକ୍ଷୀ ନାରିକେଳକୁ ବିଧି ଅନୁସାରେ ପୂଜାକରି ଠାକୁରଘର ବା ଟ୍ରେଜେରି ମଧ୍ୟରେ ରଖାଯାଏ ତାହେଲେ ବର୍ଷସାରା ଧନଲାଭ ହୋଇଥାଏ ।

ନାଗକେଶର:

ଦୀପାବଳି ରାତିରେ ଏକ ରୂପା ଡବାରେ ନାଗକେଶରକୁ ମହୁ ସହ ମିଶାଇ ରଖିବା ସହ ଏହାକୁ ଟଙ୍କା ବାକ୍ସରେ ରଖିଲେମଧ୍ୟ ଧନଲାଭ ହୋଇଥାଏ ।

ପଦ୍ମ ଫଳ:

ପଦ୍ମ ଫଳକୁ ଆଣି ଦୀପାବଳି ରାତିରେ ନିଜ ଟଙ୍କା ବାକ୍ସ ମଧ୍ୟରେ ରଖିଲେ ପ୍ରବଳ ଧନଲାଭ ହୋଇଥାଏ । ପଦ୍ମଫଳର ମାଳକୁ ଦୀପାବଳି ରାତିରେ ମା ଲକ୍ଷ୍ମୀଙ୍କୁ ଅର୍ପଣ କଲେ ପ୍ରବଳ ଧନାଗମ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

Leave A Reply

Your email address will not be published.