Latest Odisha News

BREAKING NEWS

ନୂଆ ସରକାର ଗଠନ ପରେ ଏନସିପି ସୁପ୍ରିମୋଙ୍କୁ ଆୟକର ବିଭାଗର ନୋଟିସ୍

ମୁମ୍ବାଇ: ମହାରାଷ୍ଟ୍ର ଆରମ୍ଭ ହେବ କି ପ୍ରତିଶୋଧ ରାଜନୀତି ? ରାଜ୍ୟରେ ଶିବସେନାରେ ବିଦ୍ରୋହ ଭିତରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଇଡି ନୋଟିସ କରି ହାଜର ହେବାକୁ କହିଥିଲା। ଏହି ସମୟରେ ମନ୍ତ୍ରୀଥିବା ଅନୀଲ ପରବ ଇଡିରେ ହାଜର ହୋଇ ବେଆଇନ କାରବାର ସଂପର୍କିତ ମାମଲାର ଉତ୍ତର ରଖୁଥିଲେ। ଆଉ ଏବେ ମହାବିକାଶ ଅଘାଡି ସରକାରର ପତନ ହେବା ପରେ ବିଜେପି ଏବଂ ଏକନାଥ ସମର୍ଥିତ ଶିବସେନା ଗୋଷ୍ଠୀ ସରକାର ଗଢିବା ପରେ କେନ୍ଦ୍ରୀୟ ଆୟକର ବିଭାଗ ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କୁ ସମନ କରିଛି।

ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଶପଥ ଗ୍ରହଣ କରିବାର କିଛି ସମୟ ପରେ ଏନସିପି ମୁଖ୍ୟ ଶରଦ ପାୱାର ଆୟକର ବିଭାଗର ନୋଟିସ ପାଇଛନ୍ତି। ଏହାପରେ ସେ କହିଛନ୍ତି ଯେ ତାଙ୍କୁ ଆୟକର ବିଭାଗ ପକ୍ଷରୁ ଏକ ନୋଟିସ ମିଳିଛି। ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ପାୱାର କହିଛନ୍ତି ଯେ ୨୦୦୪, ୨୦୦୯, ୨୦୧୪ ଏବଂ ୨୦୨୦ ନିର୍ବାଚନ ସମୟରେ ଦାଖଲ ହୋଇଥିବା ଆଫିଡେଭିଟ୍ ସମ୍ବନ୍ଧରେ ସେ ଆୟକର ତରଫରୁ ନୋଟିସ୍ ଗ୍ରହଣ କରିଛନ୍ତି।

ପାୱାର ଏହାକୁ ପରିହାସ କରି ଏହାକୁ ‘ଳଭ ଲେଟର’ (ପ୍ରେମ ଚିଠି) ବୋଲି କହିଥିଲେ। ସେ କହିଛନ୍ତି, ଆୟକର ବିଭାଗ ତରଫରୁ ମୁଁ ଏକ ପ୍ରେମ ଚିଠି ପାଇଛି, ୨୦୦୪, ୨୦୦୯, ୨୦୧୪ ଏବଂ ୨୦୨୦ ରେ ଦାଖଲ ହୋଇଥିବା ନିର୍ବାଚନ ସତ୍ୟପାଠ ସହ ଜଡିତ ରହିଛି ଏହି ପ୍ରେମ ଚିଠି। ପାୱାରଙ୍କ ଘନିଷ୍ଠ ସହଯୋଗୀ ତଥା ଶିବସେନା ସାଂସଦ ସଞ୍ଜୟ ରାଉତ ମଧ୍ୟ ଅର୍ଥ ହେରଫେର ମାମଲାରେ ଇଡି ଅଫିସରୁ ଦ୍ୱିତୀୟ ଥର ହାଜର ହେବାକୁ ଡାକରା ପାଇଛନ୍ତି ଏବଂ ଶନିବାର ହାଜର ହେବେ ବୋଲି ଜଣାପଡିଛି।

ରାଜ୍ୟ ଏନସିପି ମୁଖ୍ୟ ମୁଖପାତ୍ର ମହେଶ ତାପସୀ ଯେଉଁ ସମୟରେ ଆଇଟି ନୋଟିସ ଆସିଛି ତାକୁ ନେଇ ପ୍ରଶ୍ନ କରିଛନ୍ତି। ଏକ ଟୁଇଟ୍‌ରେ ସେ କହିଛନ୍ତି ଯେ ମହାରାଷ୍ଟ୍ର ସରକାରରେ ପରିବର୍ତ୍ତନ ପରେ ୨୦୦୪, ୨୦୦୯, ୨୦୧୪ ଏବଂ ୨୦୨୦ ନିର୍ବାଚନ ଆଫିଡେଭିଟ୍ ପାଇଁ ଦଳର ସଭାପତି ଶରଦ ପାୱାରଙ୍କୁ ଆଇଟି ନୋଟିସ୍ ମିଳିଛି। ଏହା କେବଳ ଏକ ସଂକେତ ନା ଅନ୍ୟ କିଛି?

ସେହିପରି ନୂଆ ସରକାରକୁ ନେଇ ଏନସିପି ମୁଖ୍ୟ ଶରଦ ପାୱାର ଗୁରୁବାର ଦିନ ଦାବି କରିଛନ୍ତି ଯେ ଏକନାଥ ସିନ୍ଦେ ସରକାରରେ ଦେବେନ୍ଦ୍ର ଫଡନାଭିସ ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ପରେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ଖୁସି ମନେ ହେଉନାହାନ୍ତି। ବୁଧବାର ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିଦ୍ରୋହୀ ଶିବସେନା ନେତା ସିନ୍ଦେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫଡନାଭିସ୍ କହିଥିଲେ ଯେ ସେ ସରକାରରେ ସାମିଲ ହେବେ ନାହିଁ । କିନ୍ତୁ ପରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହାରି ଭିତରେ “ମୁଁ ଭାବୁଛି ଫଡନାଭିସ୍ ଖୁସିରେ ଦୁଇ ନମ୍ବର ସ୍ଥାନ ଗ୍ରହଣ କରିନାହାନ୍ତି। ତାଙ୍କର ଚେହେରା ସବୁକିଛି କହୁଥିଲା ବୋଲି ପାଓ୍ୱାର କହିଛନ୍ତି।

Leave A Reply

Your email address will not be published.