Latest Odisha News

ରିଆସି ଆକ୍ରମଣ, ୫୦ ସନ୍ଦିଗ୍ଧଙ୍କୁ ଉଠାଇନେଲା ପୋଲିସ

ଶ୍ରୀନଗର: ଜାମ୍ମୁ କାଶ୍ମୀରର ରିଆସିରେ ଗତ ରବିବାର ତୀର୍ଥଯାତ୍ରୀଙ୍କ ବସ୍ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପୋଲିସକୁ ମିଳିଛି ବଡ ସଫଳତା । ୫୦ ଜଣ ସନ୍ଦିଗ୍ଧଙ୍କୁ ଉଠାଇ ନେଇଛି ପୋଲିସ । ଆକ୍ରମଣ ଯୋଜନାରେ ଏହମାନଙ୍କ ହାତ ଥିବା ସନ୍ଦେହ କରାଯାଉଛି । ଏନେଇ ସୂଚନା ଦେଇଛନ୍ତି ରିଆସି ଏସଏସପି ମୋହିତ ଶର୍ମା ।

ସୂଚନା ଅନୁସାରେ, କଣ୍ଡା ଏରିଆ ପୋଲିସ ଷ୍ଟେସନ, ପୌନୀରେ ସର୍ଚ୍ଚ ଅପରେଶନ ଜାରି ରହିଥିବା ବେଳେ ଏମାନଙ୍କୁ ଧରିଛି ପୋଲିସ । ଏହି ସନ୍ଦିଗ୍ଧଙ୍କ ବିଷୟରେ ପୋଲିସକୁ ଅନେକ ମହତ୍ଵପୁର୍ଣ୍ଣ ତଥ୍ୟ ମିଳିଥିଲା । ଯେଉଁଥିରୁ ସେମାନଙ୍କୁ ଚିହ୍ନିବା ସହ ଧରିବା ପାଇଁ ପୋଲିସକୁ ସହଜ ହୋଇଥିଲା ।

ସେପଟେ ଜମ୍ମୁ-କାଶ୍ମୀରର ରିଆସୀ, କଠୁଆ ଏବଂ ଡୋଡାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଜମ୍ମୁ ପୋଲିସ ୪ ଆତଙ୍କୀଙ୍କ ସ୍କେଚ୍ ଜାରି କରିଛି । କୁହାଯାଉଛି ଯେ ଏହି ଆତଙ୍କବାଦୀମାନେ ଡୋଡା ଜିଲ୍ଲାର ଭଦ୍ରଔହ, ଥାଥରି ଓ ଗଣ୍ଡୋହର ଉପର ଅଞ୍ଚଳରେ ସକ୍ରିୟ ରହିଛନ୍ତି । ଏହି ଆତଙ୍କବାଦୀଙ୍କ ବିଷୟରେ ସୂଚନା ପ୍ରଦାନକାରୀଙ୍କ ପାଇଁ ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଛି । ସୂଚନା ଦେଇଥିବା ବ୍ୟକ୍ତିଙ୍କ ପରିଚୟ ଗୁପ୍ତ ରଖାଯିବ ଏବଂ ପ୍ରତ୍ୟେକ ଆତଙ୍କବାଦୀଙ୍କ ପିଛା ୫ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ରାଶି ଦିଆଯିବ ।

 

 

Comments are closed.