Latest Odisha News

BREAKING NEWS

ମହାରାଷ୍ଟ୍ରକୁ ଆସିଲେ ସମୁଦ୍ରରେ ବୁଡ଼ାଇ ମାରିବୁ; ନିଶିକାନ୍ତ ଦୁବେ ଓ ରାଜ ଠାକରେ ମୁହାଁମୁହିଁ  

ମୁମ୍ବାଇ: ମହାରାଷ୍ଟ୍ରରେ ହିନ୍ଦୀ ଭାଷାଭାଷୀଙ୍କୁ ଟାର୍ଗେଟ କରିବାକୁ ନେଇ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ଏବଂ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଛି। ଦୁବେଙ୍କ ‘ସେମାନଙ୍କୁ ପିଟିବେ’ ଜବାବରେ ରାଜ ଠାକରେ କହିଛନ୍ତି ଯେ, ଏଠାକୁ ଆସିଲେ ସମୁଦ୍ରରେ ବୁଡ଼ାଇ ମାରିବୁ’ ବୋଲି କହିଥିଲେ।

ଯାହାକୁ ନେଇ ପୁଣିଥରେ ନିଶିକାନ୍ତ କମେଣ୍ଟ କରି କହିଥିଲେ ଯେ – ମୁଁ ରାଜଠାକରେଙ୍କୁ ହିନ୍ଦୀ ଶିଖାଇଦେଲି।

ମରାଠୀ ନ କହିବା ପାଇଁ ଜଣେ ଦୋକାନୀଙ୍କୁ ପିଟିବା ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ପରେ ନିଶିକାନ୍ତ ଏମଏନଏସ ମୁଖ୍ୟ ରାଜ ଠାକରେ ଏବଂ ତାଙ୍କ ଭାଇ ଉଦ୍ଧବଙ୍କୁ ଟାର୍ଗେଟ କରି କହିଥିଲେ, ‘ସେମାନଙ୍କୁ ପିଟିବେ’। ଯାହା ପରେ ବିବାଦ ସୃଷ୍ଟି ହୋଇଥିଲା। ଗୋଡ୍ଡାର ସାଂସଦ କହିଥିଲେ, ‘ଯଦି ମୁମ୍ବାଇରେ ହିନ୍ଦୀ ଭାଷାଭାଷୀ ଲୋକଙ୍କୁ ମାଡ ମାରିବାକୁ ଲୋକଙ୍କ ସାହସ ଅଛି ତେବେ ମହାରାଷ୍ଟ୍ରରେ ଉର୍ଦ୍ଦୁ ଭାଷାଭାଷୀ, ତାମିଲ ଏବଂ ତେଲୁଗୁ ଲୋକଙ୍କୁ ମାରନ୍ତୁ।

ସେ ଆହୁରି ମଧ୍ୟ କହିଥିଲେ, ‘ଯଦି ତୁମେ ଜଣେ ବଡ଼ ବସ୍ ତେବେ ବିହାର, ଉତ୍ତର ପ୍ରଦେଶ, ତାମିଲନାଡୁ ଆସ ତୁମକୁ ଆମେ ବାଡେଇବୁ।’

 

Comments are closed.