Latest Odisha News

BREAKING NEWS

ତ୍ବଚାର ରଙ୍ଗକୁ ନେଇ ଟ୍ରୋଲ୍ କରୁଥିବା ବ୍ୟକ୍ତିଙ୍କୁ ସୁହାନା ଖାନ୍ ଙ୍କ କଡ଼ା ଜବାବ୍; କହିଲେ ଏହା ଅତ୍ୟନ୍ତ ନିନ୍ଦନୀୟ।

ମୁମ୍ବାଇ: ତ୍ବଚାର ବର୍ଣ୍ଣକୁ ନେଇ ଭେଦଭାବ କରୁଥିବା ଟ୍ରୋଲର ଙ୍କୁ ଶାହାରୁଖ୍ ତନୟା ସୁହାନା କଡ଼ା ଜବାବ୍ ଦେଇଛନ୍ତି। ସୁହାନା ନିଜ ଇନଷ୍ଟାଗ୍ରାମ୍ ରେ ଫଟୋ ଅପ୍ ଲୋଡ୍ କରିବା ପରେ ତାଙ୍କ ତ୍ବଚାର ରଙ୍ଗକୁ ନେଇ କିଛି ବ୍ୟକ୍ତି ତାଙ୍କୁ ଅସୁନ୍ଦରୀ ଓ କାଳି ବୋଲି କହି ଟ୍ରୋଲ୍ କରିଥିଲେ। ଏହାର ଜବାବ୍ ରେ ସେ କହିଥିଲେ ଯେ ମୋ ତ୍ବଚାର ରଙ୍ଗକୁ ବହୁତ କିଛି କୁହାଯାଇଛି।

ଯେବେ ମୁଁ ୧୨ ବର୍ଷର ଥିଲି  ସେତେବେଳେ ମୋତେ କୁହାଯାଇଥିଲା କି ମୋ ତ୍ବଚାର ରଙ୍ଗ ଯୋଗୁ ମୁଁ ଅସୁନ୍ଦର। ଆମ ଭାରତୀୟମାନେ ଶ୍ୟାମଳ ରଙ୍ଗର। ଯେତେବେ‌ଳେ ନିଜ ଲୋକମାନେ ଆମ ପ୍ରତି ଏଭଳି ବ୍ୟବହାର ପ୍ରଦର୍ଶନ କରୁଛନ୍ତି ତେବେ ଆମେ କେତେ ଅସୁରକ୍ଷିତ ଏଥିରୁ ସ୍ପଷ୍ଟ ହୋଇଯାଉଛି।

ଏହାସହିତ ସେ ଲେଖିଛନ୍ତି ଯେ ମୋ ରଙ୍ଗ ଶ୍ୟାମଳ ଏବଂ ଏହାକୁ ନେଇ ମୁଁ ବହୁତ ଖୁସି।

Comments are closed.