Latest Odisha News

BREAKING NEWS

ସେପ୍ଟେମ୍ବରରେ ମହାମାରୀର ଭୟଙ୍କର ରୂପ: ଦେଶରେ ୪୧% ନୂଆ କେସ୍, ୩୪% ମୃତ୍ୟୁ

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସରେ ଦେଶରେ କରୋନା ଆଣିଛି ସୁନାମୀ । ଭୟଙ୍କର ରୂପ ଦେଖାଇଛି । ରେକର୍ଡ ସ୍ତର ଛୁଇଁଛି ମହାମାରୀ । ଦେଶରେ କରୋନା ମୃତ୍ୟୁସଂଖ୍ୟା ୯୮ ହଜାର ଡେଇଁଛି । ଏଥିରୁ କେବଳ ୩୩ ହଜାର ୨୫୫ ଆକ୍ରାନ୍ତ ସେପ୍ଟେମ୍ବରରେ ପ୍ରାଣ ହରାଇଛନ୍ତି । ଯାହାକି ମୋଟ୍ ମୃତ୍ୟୁସଂଖ୍ୟାର ୩୩% ।

ଅଗଷ୍ଟ ଅପେକ୍ଷା ସେପ୍ଟେମ୍ୱରରେ ପାଖାପାଖି ୫ ହଜାର ଅଧିକ ଜୀବନ ନେଇଛି କରୋନା । ଅଗଷ୍ଟ ମାସରେ ମହାମାରୀ ୨୮ ହଜାର ୮୫୯ ମୁଣ୍ଡ ନେଇଥିଲା । ଜୁଲାଇରେ ପ୍ରାଣ ହରାଇଥିଲେ ୧୯ ହଜାର ୧୨୨ ଆକ୍ରାନ୍ତ । ଜୁନରେ ଏହି ସଂଖ୍ୟା ଥିଲା ୧୧ ହଜାର ୯୮୮ ଓ ମେ ମାସରେ ୪ ହଜାର ୨୬୭ ଜଣଙ୍କର ମୃତ୍ୟୁ ହୋଇଥିଲା ।

ସେହିପରି ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬୩ ଲକ୍ଷ ଟପିଛି । ଏଥିରୁ କେବଳ ସେପ୍ଟେମ୍ବର ମାସରେ ୨୬ ଲକ୍ଷ ୨୪ ହଜାର ନୂଆ ପଜିଟିଭ୍ କେସ୍ ବାହାରିଛି । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟାର ୪୧% ଗୋଟିଏ ମାସରେ ଚିହ୍ନଟ ହୋଇଛନ୍ତି । ଅଗଷ୍ଟରେ ୧୯ ଲକ୍ଷ ୮୭ ହଜାର ନୂଆ ସଂକ୍ରମିତ ବାହାରିଥିଲେ ।

ଆଶ୍ୱସ୍ତିକର ଖବର ହେଉଛି ସଂକ୍ରମିତଙ୍କ ସଂଖ୍ୟା ବଢୁଥିଲେ ବି ଆକ୍ଟିଭ୍ କେସ ଖସୁଛି । ଅଧିକ ଆକ୍ରାନ୍ତ ଆରୋଗ୍ୟ ଲାଭ କରୁଛନ୍ତି । ସାରା ଦେଶରୁ ୫୨ ଲକ୍ଷ ଆକ୍ରାନ୍ତ ସୁସ୍ଥ ହେଲେଣି । ୯ ଲକ୍ଷରୁ ଅଧିକ ଆକ୍ଟିଭ୍ କେସ୍ ରହିଛି । ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ପରେ କର୍ଣ୍ଣାଟକରେ ୬ ଲକ୍ଷ ଟପିଛି କରୋନା କେସ୍ ।

Leave A Reply

Your email address will not be published.