Latest Odisha News

BREAKING NEWS

ଏହି ନଦୀରେ ପାଣି ବଦଳରେ ରହିଛି ପଥର

ମସ୍କୋ: ଏହି ଦୁନିଆ ବଡ ବିଚିତ୍ର । ଅନେକ ରହସ୍ୟ ଏବେ ବି ଉଜାଗର ହୋଇପାରୁନି । ଭାରତରେ ୨୦୦ରୁ ଊର୍ଦ୍ଧ୍ୱ ନଦୀର ଉତ୍ପତି ସମ୍ପର୍କରେ ଅନେକ କାହାଣୀ ରହିଛି । ତେବେ ରୁଷରେ ଏ ଭଳି ଏକ ନଦୀ ଅଛି ଯେଉଁଠାରେ ପାଣି ବଦଳରେ ପଥର ରହିଛି । ଏହା ବିଶ୍ୱାସ ନ ହେଲେ ବି ସତ । ଏହି ନଦୀ ପ୍ରାୟ ୬ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି । ନଦୀର ଲମ୍ବ ୬ କିଲୋମିଟର ଓ ଓସାର ୨୦ ମିଟର ରହିଛି । ସେଥିପାଇଁ ଏହାର ଷ୍ଟୋନ ରିଭର ବା ପଥରର ନଦୀ କୁହାଯାଏ । ଏହାର ଚାରିପଟେ ଘଂଚ ଜଙ୍ଗଲ ରହିଛି । ପ୍ରାକୃତିକ ଦୃଷ୍ଟିକୋଣରୁ ଏହା ଏକ ମନୋରମ ପରିବେଶ ହୋଇଥିଲେ ମଧ୍ୟ ପାଣି ବଦଳରେ ପଥର ପର୍ଯ୍ୟଟକଙ୍କୁ ଚିନ୍ତାରେ ପକାଇ ଦିଏ ।

ଏହାର ଚାରି ପାଖରେ ଅନେକ ପ୍ରଜାତିର ପଶୁ ଓ ପକ୍ଷୀ ମଧ୍ୟ ଦେଖିବାକୁ ମିଳିଥାଏ । ଏପରିକି ଏଥିରେ ଥିବା ଗୋଟିଏ ଗୋଟିଏ ପଥର ୧୦ ଟନ ବିଶିଷ୍ଟ । ବୈଜ୍ଞାନିକମାନେ ଏ ସମ୍ପର୍କରେ ଅନେକ ଗବେଷଣା କରିଥିଲେ ମଧ୍ୟ କିଛି ଫଳ ପାଇ ନ ଥିଲେ । କେତେକ ଗବେଷକ ଅନୁମାନ କରି କହିଛନ୍ତି ଯେ, ଦଶ ହଜାର ବର୍ଷ ତଳେ ପର୍ବତରୁ ବଡ ବଡ ଖଣ୍ଡ ଖସି ପାଣି ସହିତ ବୋହି ଆସିଛି । କିଛି ବାଟ ପରେ ସମ୍ପୃକ୍ତ ସ୍ଥ୍‌ାନରେ ସବୁ ପଥର ଆସି ଅଟକି ଯାଇଛି । ଏହି ରହସ୍ୟ ଉଜାଗର ହୋଇପାରି ନ ଥିବାରୁ ପର୍ଯ୍ୟଟକଙ୍କ ସୁଅ ଏଠାକୁ ଛୁଟିବାରେ ଲାଗିଛି ।

Leave A Reply

Your email address will not be published.