Latest Odisha News

BREAKING NEWS

ମଣିପୁର ବର୍ବରତା ଭିଡିଓ ଭାଇରାଲ୍ ପରେ ୪ ଅଭିଯୁକ୍ତ ଗିରଫ  

ଇମ୍ଫାଲ: ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ବର୍ବରତାର ଭିଡିଓ ଭାଇରାଲ୍ ପରେ ମଣିପୁର ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ପାଇଁ କହିଥିଲେ । ସକାଳେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଏବେ ଗିରଫ କରାଯାଇଛି ।

ମଣିପୁର ପୋଲିସ ଟ୍ୱିଟ୍ କରି ଆଉ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଯଥା ଶୀଘ୍ର ଗିରଫ କରିବା ଲାଗି ପୋଲିସ ପ୍ରୟାସ କରୁଛି । ଅଭିଯୁକ୍ତଙ୍କୁ ଧରିବା ଲାଗି ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ମଧ୍ୟ କରିଛି ।

ଭିଡିଓ ଭାଇରାଲ୍ ପରେ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଘଟଣାକୁ ନିନ୍ଦା କରିଛନ୍ତି ମଣିପୁର ରାଜ୍ୟପାଳ । ଡିଜିପିଙ୍କ ସହ ଆଲୋଚନା କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଲାଗି ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଘଟଣାରେ ଏତଲା ହୋଇଥିଲେ ବି ମାମଲା କାହିଁକି ରୁଜୁ କରାଯାଇ ନଥିଲା ବୋଲି ରାଜ୍ୟପାଳ ପୋଲିସ ଡିଜିଙ୍କୁ ପ୍ରଶ୍ନ କରିଛନ୍ତି । କହିଛନ୍ତି, ପୋଲିସ ଦୋଷୀ ପାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ରାଜ୍ୟପାଳ କହିଛନ୍ତି, ଏବେ ସମସ୍ତେ ଗୋଟିଏ ମଞ୍ଚରେ ବସି ନିଜ ନିଜର ଦାବି ରଖନ୍ତୁ । ଆଲୋଚନାରେ ସମାଧାନ ବାହାରି ପାରିବ । ହିଂସା ଦ୍ୱାରା କାହିରି ମଧ୍ୟ ଲାଭ ହେବ ନାହିଁ । ଆଲୋଚନା ଦ୍ୱାରା ସମାଧାନ ସମ୍ଭବ ବୋଲି କହିଛନ୍ତି ।

Leave A Reply

Your email address will not be published.