Latest Odisha News

BREAKING NEWS

ଲାଲ ସଙ୍କେତରେ ସେନସେକ୍ସ, ନିଫ୍ଟି କାରବାର ହ୍ରାସ

ନୂଆଦିଲ୍ଲୀ:ସେୟାର ବଜାରରେ ଫ୍ଲାଟ୍ ଆରମ୍ଭ । ସେୟାର ବଜାରରେ କାରବାର ଲଗାତାର ଭାବେ ହ୍ରାସ ପାଇବାରେ ଲାଗିଛି । ଚଳିତ ସପ୍ତାହର ଆରମ୍ଭରେ ବିଏସଇ ସେନସେକ୍ସ ୫୨ ହଜାର ପାର କରିବା ପରେ ପରବର୍ତ୍ତି ଦିନମାନଙ୍କରେ ଲଗାତାର ଭାବେ ହ୍ରାସ ପାଇବାରେ ଲାଗିଛି । 

ଶୁକ୍ରବାର କାରବାରର ଶେଷ ଦିନରେ ଷ୍ଟକ୍‌ ମାର୍କେଟ୍‌ ଧିମାରେ ଖୋଲିଥିଲା । ଉଭୟ ସେନସେକ୍ସ ଏବଂ ନିଫ୍ଟିରେ ନିବେଶକଙ୍କ ଉତ୍ସାହ ଦେଖିବାକୁ ମିଳିନି ।

ଶୁକ୍ରବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନସେକ୍ସ ୧୦୦ ଅଙ୍କ ହ୍ରାସ ପାଇ ୫୧,୨୩୮.୦୨ରେ ଖୋଲିଥିଲା । ସକାଳ ସାଢେ ୧୦ଟା ସୁଦ୍ଧା ସେନସେକ୍ସ ୧୦୪.୯୦ ଅଙ୍କ ହ୍ରାସ ପାଇ ୫୧,୨୧୯.୭୯ ରହିଥିଲା । ଗୁରୁବାର ସେନସେକ୍ସ ୫୧,୩୨୪.୬୯ରେ ବନ୍ଦ ହୋଇଥିଲା । ସେହିପରି ନେସନାଲ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି ୧୫,୦୭୪.୮୦ରେ ଖୋଲିଥିଲା । ଗୁରୁବାର ନିଫ୍ଟି ୧୫,୧୧୮.୯୫ରେ ବନ୍ଦ ହୋଇଥିଲା ।

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଲଗାତାର ଭାବେ ହ୍ରାସ ପାଉଥିବାରୁ ଏହାର ପ୍ରଭାବ ସେୟାର ବଜାର ଉପରେ ପଡୁଛି । ନିବେଶକମାନଙ୍କ ମଧ୍ୟରେ ମିଶ୍ରିତ ଉତ୍ସାହ ଦେଖିବାକୁ ମିଳୁଛି । ସେନସେକ୍ସରେ HULର ସେୟାର ୧.୫୦ ପ୍ରତିଶତ ବୃଦ୍ଧି ପାଇଛି ।

ସେହିଭଳି ପାଓ୍ବାରଗ୍ରିଡ୍‌ର ସେୟାର ୨.୫୪ ପ୍ରତିଶତ ହ୍ରାସ ପାଇଛି । ସେନସେକ୍ସରେ ସାମିଲ ୩୦ କମ୍ପାନୀ ମଧ୍ୟରୁ ୧୦ଟି ଗ୍ରୀନ୍‌ ଜୋନରେ ଅଛନ୍ତି । L&T, ରିଲାଏନ୍ସ୍, ଏଚସିଏଲ ଟେକ୍‌, ବଜାଜ ଫିନଜର୍ବ, କୋଟାକ୍‌ ବ୍ୟାଙ୍କର ସେୟାର ମୂଲ୍ୟ ବୃଦ୍ଧି ପାଇଛି ।

ସେହିପରି ନିଫ୍ଟିରେ ଗେଲ୍‌ର ସେୟାର ୩.୩୫ ପ୍ରତିଶତ ବୃଦ୍ଧି ପାଇଛି । ଏହା ବାଦ HULର ସେୟାର ୧.୪୭ ପ୍ରତିଶତ ବୃଦ୍ଧି ପାଇଛି । ନିଫ୍ଟିର ମୋଟ୍‌ ୫୦ କମ୍ପାନୀ ମଧ୍ୟରୁ ୧୦ଟି କମ୍ପାନୀ ଗ୍ରୀନ୍‌ ଜୋନ୍‌ରେ ରହିଛି ।

 

Leave A Reply

Your email address will not be published.