Latest Odisha News

BREAKING NEWS

ସାହିତ୍ୟ ଏକାଡେମୀ ପୁସ୍ତକ ବିକ୍ରୟ କେନ୍ଦ୍ର ଉଦଘାଟିତ

ଭୁବନେଶ୍ୱର : ରାଜ୍ୟ ସଂଗ୍ରହାଳୟ ପରିସରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁସ୍ତକ ବିକ୍ରୟ କେନ୍ଦ୍ର ପ୍ରଖ୍ୟାତ କବି ରମାକାନ୍ତ ରଥଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି।

ଏହି ଅବସରରେ ଡ. ବିଜୟାନନ୍ଦ ସିଂହଙ୍କ ସଭାପତିତ୍ୱରେ ଏକ ସାହିତ୍ୟ ସଭା ଆୟୋଜିତ ହୋଇଥିଲା। ଆଜିର ଡିଜିଟାଲ ଯୁଗରେ ବହି ଦୋକାନ ସଂଖ୍ୟା କମି ଯାଉଛି ବୋଲି ଶ୍ରୀ ରଥ କହିଥିଲେ।ଆଗରୁ ଯେଉଁ ସ୍ଥାନରେ ବହି ଦୋକାନ ଥିଲା ସେଠାରେ ଏବେ ମୋବାଇଲ ଦୋକାନ ହେଲାଣି।

ଓଡ଼ିଶା ଏକାଡେମୀର କାର୍ଯ୍ୟାଳୟ ବିନା ଏକାଡେମୀ ପକ୍ଷରୁ ପୁସ୍ତକ ବିକ୍ରୟ କେନ୍ଦ୍ର ଖୋଲିବାରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ।ଏହି ଅବସରରେ ଏକାଡେମୀର ସଦସ୍ୟ ଶ୍ରୀ ଶ୍ରୀନିବାସ ରାଓ , ସଂଗ୍ରହାଳୟର ଅଧିକ୍ଷକ ଭାଗ୍ୟଲିପି ମଲ୍ଲ , ବିଭୁତି ପଟ୍ଟନାୟକ , ଅସିତ ମହାନ୍ତି, ଦେବୀ ପ୍ରସନ୍ନ ପଟ୍ଟନାୟକ, ଫନୀ ମହାନ୍ତି, ଅମରେଶ ପଟ୍ଟନାୟକ ଶ୍ୟାମ ଭୋଇ ,କ୍ଷେତ୍ରବାସୀ ନାଏକ , ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.