ନୂଆଦିଲ୍ଲୀ: କରୋନା ସଂକ୍ରମଣଙ୍କ ଶବରୁ ମଧ୍ୟ ସଂକ୍ରମିତ ହେବାର ଭୟ ସୃଷ୍ଟି ହେଲା । ଥାଇଲାଣ୍ଡରେ ଏହିଭଳି ଏକ ରିପୋର୍ଟ ହସ୍ତଗତ ହୋଇଛି । ଥାଇଲାଣ୍ଡର ଏକ ଶବ ପରୀକ୍ଷକଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ପରେ ଏହା ସ୍ପଷ୍ଟ ହୋଇଛି । ଶବ ରହୁଥିବା ସ୍ଥାନ, ମଶାଣି ଏବଂ ଶବ ବାହକ ଗାଡି ସହ ସଂମ୍ପର୍କରେ ଆସୁଥିବା ବ୍ୟକ୍ତି ସଚେତନ ହେବା ଆବଶ୍ୟକ ।
ବ୍ୟାଙ୍କକର ଫରେନ୍ସିକ ଲିଗାଲ ମେଡିସିନି ଷ୍ଟଡି ପକ୍ଷରୁ କରାଯାଇଥିବା ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି । ଅବଶ୍ୟ ଏଥିନେଇ ପୂର୍ବରୁ ଆଶଙ୍କା ସୃଷ୍ଟି କରାଯାଇଥିଲା । ଫଳରେ ଅନେକ ସ୍ଥାନରେ କରୋନା ସଂକ୍ରମରଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ପୋଡାଯାଉଥିଲା । ଶ୍ରୀଲଙ୍କାରେ ମୁସଲମାନମାନଙ୍କୁ ମଧ୍ୟ ଶବ ପୋଡିବା ପାଇଁ କୁହାଯାଇଛି ।
Comments are closed.