ମାଲକାନଗିରି: ସାରା ବିଶ୍ବ ପାଇଁ ଆତଙ୍କ ଆଣିଛି କୋରୋନା । ରାଜ୍ୟରେ ମଧ୍ୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାବେଳେ ମହାମାରୀର ମହାସଂଗ୍ରାମରେ ସାରଥୀ ସାଜି ଆମ୍ବୁଲାନ୍ସ ଡ୍ରାଇଭରମାନେ ନିଜ କର୍ତ୍ତବ୍ୟକୁ ନିର୍ଭିକ ହୋଇ ପାଳନ କରୁଛନ୍ତି ।
ମହାମାରୀ କୋରୋନା ବିରୋଧରେ ଏବେ ସାରା ବିଶ୍ବ ଲଢୁଛି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଏହି କରୋନା ଯୁଦ୍ଧରେ ମୁଖ୍ୟ ସାରଥୀ ସାଜିଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର । ସେ ଗ୍ରାମାଞ୍ଚଳ ହେଉ କି, ସହରାଞ୍ଚଳରେ ସନ୍ଦିଗ୍ଧ ରୋଗୀଙ୍କୁ ମେଡିକାଲ ନେବାରେ ମୁଖ୍ୟ ଭୂମିକା ରହିଛି ଏମାନଙ୍କର ।
ମାଲକାନଗିରି ସଦର ମହକୁମା ସମେତ ଜିଲ୍ଲାର ବିଭିନ୍ନ ବ୍ଳକରରୁ ଏଭଳି ଗୁରୁତ୍ବପୂର୍ଣ୍ଣ ସମୟରେ ରୋଗୀଙ୍କୁ ନେବା ଆଣିବା ପାଇଁ ବ୍ୟବହାର କରାଯାଉଛି ସରକାରୀ ଆମ୍ବୁଲାନ୍ସ । କୋରୋନା ସନ୍ଦିଗ୍ଧଙ୍କ ଠାରୁ ଆରମ୍ଭ ସାଧାରଣ ରୋଗୀଙ୍କୁ ନେବା ଆଣିବା ସମୟରେ ଆମ୍ବୁଲାନ୍ସ ଡ୍ରାଇଭର ଅତ୍ୟନ୍ତ ସାବଧାନ ଅବଲମ୍ବନ କରୁଛନ୍ତି । ମୁହଁରେ ମାସ୍କ ହାତରେ ଗୋବ୍ଲସ ଓ ଆଖିର ସୁରକ୍ଷା ପାଇଁ ସ୍ବତନ୍ତ୍ର ଗ୍ଲାସ ବ୍ୟବହାର କରୁଛନ୍ତି ।
ରୋଗୀଟିଏ ମେଡିକାଲରେ ପହଞ୍ଚିବା ପରେ କୋଭିଡ-୧୯ ଆମ୍ବୁଲାନ୍ସକୁ ବିଶୋଧନ କରାଯିବା ସହ ଗାଡିଚାଳକ ନିଜକୁ ସଫାସୁତରା କରିଥାନ୍ତି । କୋରୋନା ରୂପକ ମହାମାରୀରେ ସମସ୍ତେ ଜଣେ ଜଣେ ଯୋଦ୍ଧା । ତେଣୁ ଏପରି ପରିସ୍ଥିତିରେ ପଛଘୁଞ୍ଚା ଦେବାର ପ୍ରଶ୍ନ ହିଁ ଉଠୁନି ବୋଲି କହିଛନ୍ତି ମାଲକାନଗିରି ଏମଭି ୭୯ ରେ ଆମ୍ବୁଲାନ୍ସ ରେ ନିୟୋଜିତ ଥିବା ତିନି କର୍ମଚାରୀ ସୁଭାଷ ବାଛାର, ସୁଶାନ୍ତ ଲସ୍କର, କହ୍ନାଇ ବଙ୍ଗାଳ, ମନୋହର ମଣ୍ଡଳ । ମାନବ ସେବାକୁ ମାଧବ ସେବା ମଣି ନିଜ କର୍ତ୍ତବ୍ୟ କରିଚାଲିଛନ୍ତି ଆମ୍ବୁଲାନ୍ସ ଡ୍ରାଇଭରମାନେ।
BREAKING NEWS
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
Comments are closed.