ଭୁବନେଶ୍ୱର: କରୋନା ନିର୍ଦ୍ଦେଶାବଳୀ ଭାଙ୍ଗିବା ଅଭିଯୋଗରେ ଗତ ୨୪ ଘଂଟା ମଧ୍ୟରେ ୨୪୫ଟି ମାମଲା ରୁଜୁ ହୋଇଛି । ଏନେଇ ପୋଲିସ ଡିଜି ଅଭୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେଥିମଧ୍ୟରୁ ଲକ୍ଡାଉନ ଉଲ୍ଲଂଘନ ପାଇଁ ୨୩୦ଟି ମାମଲା, ହୋମ୍ କ୍ୱାରେଣ୍ଟାଇନ ପାଇଁ ୩ଟି ମାମଲା ପଞ୍ଜିକୃତ ହୋଇଛି । ଅନ୍ୟ ସମସ୍ୟା ପାଇଁ ୧୨ଟି ମାମଲା ରୁଜୁ ହୋଇଥିବା ନେଇ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
From morning of 03.04.2020 to morning of 04.04.2020, 245 cases registered in #Odisha for violation of guidelines related to #COVID19. Out of these, 230 cases for violation of #LOCKDOWN. 03 cases for violation of #HomeQuarantine. 12 cases for other issues related to #COVID19.
— DGP, Odisha (@DGPOdisha) April 4, 2020
ସୂଚନାଯୋଗ୍ୟ ଯେ, ଆଜି ଭୁବନେଶ୍ୱରରେ ସଟ୍ଡାଉନ୍ ନିୟମ ଭାଙ୍ଗିବା ଅଭିଯୋଗରେ ୬୪ ଜଣଙ୍କୁ ପୋଲିସ ଉଠାଇ ନେଇଛି । ସେହିପରି ୪୫ ଜଣଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ ରୁମରେ ରଖାଯାଇଛି । ଆଜି ସକାଳୁ ରାଜଧାନୀର ବିଭିନ୍ନ ବସ୍ତିରେ ପୁଲିସ ପାଟ୍ରୋଲିଂ ଜାରି ରହିଛି। ଲୋକ ଗିରଫ ଭୟରେ ଘରୁ ବାହାରୁ ନ ଥିବା ଦେଖିବାକୁ ମିଳୁଛି।
ଗତକାଲି ରାଜ୍ୟରେ ଗୋଟିଏ ଦିନରେ ୧୫ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୁରା ଭୁବନେଶ୍ୱର, ଭଦ୍ରକ, କଟକକୁ ୪୮ ଘଣ୍ଟିଆ ସଟ୍ଡାଉନ ଘୋଷଣା କରାଯାଇଛି । ଅନ୍ୟପଟେ ପୁରୀ ଓ ଯାଜପୁରରେ ମଧ୍ୟ କଟକଣା ଲାଗୁ ହୋଇଛି ।
Comments are closed.