Latest Odisha News

BREAKING NEWS

ଜାଣନ୍ତୁ, କିପରି କରିବେ ନିଜ ନୂଆବର୍ଷକୁ ଅବିସ୍ମରଣୀୟ ..

ଭୁବନେଶ୍ୱର: ରାତି ପାହିଲେ ନୂଆବର୍ଷ । ନୂଆବର୍ଷର ପ୍ରଥମ ଦିନକୁ ମନଭରି ଉପଭୋଗ ସହ ସ୍ୱତନ୍ତ୍ର କରିବା ପାଇଁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।

ନୂଆବର୍ଷ ପାଇଁ ଯୁବପୀଢ଼ିଙ୍କ ମଧ୍ୟରେ ପ୍ରଭାବ ଟିକିଏ ଅଧିକ ଦେଖିବାକୁ ମିଳିଥାଏ । ତେବେ ନୂଆବର୍ଷ ପାଇଁ ସହର ମାନଙ୍କରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।

କିଏ ଗ୍ରୀଟିଂସ୍ କିଣୁ ଛିତ କିଏ ଫୁଲ ତୋଡ଼ା ପାଇଁ ବଇନା ଦେଇସାରିଛି ।

ନୂଆବର୍ଷରେ ନ୍ୟୁଇୟର କାର୍ଡ:

ସହରର ବିଭିନ୍ନ ଉପହାର ଦୋକାନ ସହିତ ମୁଖ୍ୟ ଛକ ଓ ରାସ୍ତା କଡ଼ରେ ଖୋଲିଛି ଅସ୍ଥାୟୀ ଗ୍ରୀଟିଂସ୍ କାର୍ଡ ଦୋକନମାନ । ୧ଟଙ୍କାରୁ ଆରମ୍ଭ କରି ୧୦୦୦ ଟଙ୍କା ପର୍ଯ୍ୟନ୍ତ ଏଠାରେ କାର୍ଡ ମିଳୁଛି ।

ସ୍ମାର୍ଟ ଫୋନର ବହୁଳ ବ୍ୟବହାର ପରେ ଗ୍ରୀଟନସର ଚାହିଦା ଆଗଭଳି ନାହିଁ ସିନା ହେଲେ ଏବେ ବି ଅନେକ ଲୋକ ପୁରୁଣା ସ୍ମୃତିକୁ ଉଜ୍ଜୀବିତ ରଖିବାପାଇଁ କାର୍ଡ କିଣୁଛନ୍ତି ଆଉ ସାଙ୍ଗ,ସମ୍ପର୍କୀୟଙ୍କୁ ପଠାଉଛନ୍ତି ।

କେବଳ କାର୍ଡ଼ ନୁହେଁ ଉପହାର ଦୋକନ ଗୁଡ଼ିକରେ ମଧ୍ୟ ଉପହାର କିଣି ବିକା ଜୋରସୋର ଚାଲିଛି ।

ରଙ୍ଗବେରଙ୍ଗ ଫୁଲରେ ନୂତନ ବର୍ଷର ସ୍ୱାଗତ ନିମନ୍ତେ ବିଭିନ୍ନ ଅନୁଷ୍ଠାନ ଓ ଘରୋଇ ଲୋକଙ୍କଠାରୁ ୧୦-୧୨ ଦିନ ଆଗରୁ ଫୁଲ ଦୋକାନୀଙ୍କୁ ମିଳିସାରିଛି ବଇନା । ସବୁଦିନ ଅପେକ୍ଷା ବେପାରୀମାନେ ନୂଆବର୍ଷକୁ ଲକ୍ଷ୍ୟକରି ଅଧିକ ଫୁଲ ମଗାଉଛନ୍ତି । ସହରରେ ପ୍ରାୟ ୨୦୦ରୁ ଅଧିକ ସ୍ଥାୟୀ ଫୁଲ ଦୋକାନ ସହ ନୂଆବର୍ଷ ପାଇଁ ସ୍ୱତନ୍ତ୍ର ଫୁଲ ଦୋକାନମାନ ଖୋଲିଛି ।

ଗୋଲାପ, ରଜନିଗନ୍ଧା, ଜରବେରା, ଡାଲିଆ, ସେବତି,ଅରକିଟ୍ ଭଳି ପ୍ରାୟ ୫୦ରୁ ଅଧିକ ପ୍ରକାର ଫୁଲ ଆସିଛି ନୂଆବର୍ଷ ପାଇଁ । ଗୋଲପ ଓ ସେବତି ଫୁଲ ଗୋଟା ୧୦ ଟଙ୍କାରୁ ଅଧିକ ରହିଥିବା ବେଳେ ଫୁଲ ତୋଡା ୧୦୦ ଟଙ୍କାରୁ ଆରମ୍ଭ କରି ୧୦ ହଜାର ପର୍ଯ୍ୟନ୍ତ ରହିଛି । ରାଜ୍ୟର ଖୋର୍ଦ୍ଧା, ବୌଦ୍ଧ, ବ୍ରହ୍ମପୁରୁ ସହ ରାଜ୍ୟବାହାରୁ ବାଙ୍ଗାଲୁର,କୋଲକତାରୁ ଫୁଲ ମଗାଇଛନ୍ତି ବେପାରୀମାନେ ।

ବଣଭୋଜି ସହ ଜିରୋ ନାଇଟର ମାହୋଲ:

ସହରର ଆଖପାଖ ପିକନିକ ସ୍ଥଳୀଗୁଡ଼ିକରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଛି । ଖଣ୍ଡଗିରି, ଜୟଦେବବାଟିକା, ବରୁଣେଇ, ଧଉଳି ନୂଆବର୍ଷ ଭୋଜିପାଇଁ ସହରବାସୀଙ୍କ ପ୍ରିୟ ସ୍ଥାନ ପାଲଟିଛି । କେବଳ ସହରୀ ଲୋକ ନୂହଁନ୍ତି ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକ ଏଠାରେ ଭୋଜି କରିବା ପାଇଁ ଭିଡ଼ ଜମାଇଛନ୍ତି ।

ସେହିଭଳି ୩୧ ତାରିଖ ଜିରୋ ନାଇଟି ସ୍ରେଲିବେସନ ପାଇଁ ସହରର ବିଭିନ୍ନ ରୋଷ୍ଟୋରାଁ ଓ ହୋଟେଲ ଗୁଡ଼ିକରେ ବ୍ୟାପକ ପ୍ରସ୍ତୁତି ହୋଇଥିବା ବେଳେ ବିଭିନ୍ନ ଇଭେଣ୍ଟ ପରିଚାଳନା ସଂସ୍ଥା ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି ।

ନୂଆବର୍ଷରେ ଠାକୁର ଦର୍ଶନ:

ବର୍ଷ ଆରମ୍ଭରୁ ଠାକୁରଙ୍କ ଦର୍ଶନପାଇଁ ମନ୍ଦିରଗୁଡ଼ିକରେ ଲୋକ ଭିଡ଼ଲାଗିଥାଏ । ନୂଆବର୍ଷ ଓ ଲୋକ ଗହଳିକୁ ଲକ୍ଷ କରି ମନ୍ଦିରଗୁଡ଼ିକ ମଧ୍ୟ ତୋରଣ ଓ ଆଲୋକରେ ସଜିତ କରାଯାଇଛି । ଅନ୍ୟପକ୍ଷରେ ଶୃଙ୍ଖଳା ସହକାରେ ନୂଆବର୍ଷ କିପରି ପାଳନ ହେବ ସେଥି ପାଇଁ ପୋଲିସ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.