Latest Odisha News

ଏଠାରେ ମାଆ କାଳୀଙ୍କୁ ଦିଆଯାଏନି ବଳୀ : ବୈଷ୍ଣବ ରୂପରେ ପୂଜା ପାଉଛନ୍ତି ମାଆ , ବଙ୍ଗୀୟ ସମ୍ପ୍ରଦାୟ ପରମ୍ପରାରେ ହୋଇଛି ପ୍ରତିଷ୍ଠା

ନୂଆଦିଲ୍ଲୀ : ଆସୁଛି ଆଲୋକର ପର୍ବ ଦୀପାବଳୀ  । ଏହି ଦିନ ମାଆ କାଳୀଙ୍କୁ ପୂଜା କରାଯାଏ। ବିହାରର ପୁର୍ନିଆରେ ମା କାଳୀଙ୍କ ଏକ ଭବ୍ୟ ମନ୍ଦିର ରହିଛି  । କୁହାଯାଏ ଏହି ମନ୍ଦିରଟି ପ୍ରାୟ ୬୩ ବର୍ଷ ପୁରୁଣା  ।  ଏହି ମନ୍ଦିରଟି ଏକ  ସର୍ବ ସାଧାରଣ ମନ୍ଦିର  । ଏଠାରେ ମାଆଙ୍କର ବୈଷ୍ଣବ ରୂପ ରହିଛି ।  ସବୁଠାରୁ ବଡ କଥା ହେଉଛି , ଏଠାରେ  ମାଆଙ୍କୁ ବଳି ଦିଆଯାଏ ନାହିଁ  । ମନ୍ଦିରରେ ମାଆ କାଳୀଙ୍କୁ ବୈଷ୍ଣବୀ ଖାନେ ଙ୍କ ନାମରେ ଜଣାଯାଏ   ।

ମନ୍ଦିର କମିଟି ସଦସ୍ୟଙ୍କ କହିବାନୁଯାୟୀ  ଏହି ମନ୍ଦିରଟି ବଙ୍ଗଳା ସମାଜ ଦ୍ବାରା ପ୍ରତିଷ୍ଠା ହୋଇଥିଲା । ବଙ୍ଗଳା ସମ୍ପ୍ରଦାୟର ପରମ୍ପରାକୁ ଅନୁସରଣ କରିବା ପାଇଁ ସମସ୍ତ ବଙ୍ଗୀୟ ସମ୍ପ୍ରଦାୟର ଲୋକମାନେ ମିଳିତ ଭାବରେ ଏହି ମନ୍ଦିର ପ୍ରତିଷ୍ଠା କରିଥିଲେ। ପ୍ରତିବର୍ଷ କାଳୀ ପୂଜାରେ ଏହି ମନ୍ଦିରରେ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ବିଶ୍ବାସ ରହିଛି  ମାଆଙ୍କ ନିକଟକୁ ଯିଏ ଯେଉଁ ମାନସିକ ନେଇ ଆସିଛି , କେବେ ଖାଲି ହାତରେ ଫେରିନାହିଁ । କାହିଁ କେଉଁ ଦୂରରୁ ଆସି ଲୋକ ମାଆ କାଳୀଙ୍କୁ ଦର୍ଶନ କରିଥାନ୍ତି ।

Comments are closed.