Latest Odisha News

BREAKING NEWS

କାହା ସ୍ୱାର୍ଥରେ କଟକ ଆଗ୍ରାଭେଟ କମ୍ପାନୀଙ୍କୁ ରାଜ୍ୟ ସରକାର ୨୫ ଏକର ଜମି ଦେଲେ?

ଭୁବନେଶ୍ୱର: କଟକ ଜିଲ୍ଳା ବାଙ୍କି ତହସିଲର ବାଁରା ଗ୍ରାମ ନିକଟବର୍ତୀ ଅଂଳଚରେ ୨୫.୬୦୦ ଏକର ଜମି ରାଜ୍ୟ ସରକାର ୨୦୨୧ ମସିହା ସେପ୍ଟେମ୍ବର ମାସ ୧୩ ତାରିଖ ଦିନ ପଞ୍ଜାବର ଶ୍ରୀଯୁକ୍ତ ସିଙ୍ଗଲା ନାମକ ଜୈନିକ ବ୍ୟବସାୟୀଙ୍କ କଟକ ଆଗ୍ରାଭେଟ ନାମକ କମ୍ପାନୀକୁ ୬୭ଲକ୍ଷ ୨୧ ହଜାର ୨ଶହ ୨ଟଙ୍କାରେ ୯୦ ବର୍ଷ ପାଇଁ ଇଡକୋ ଦ୍ୱାରା ଜମି ଯୋଗାଯାଇଅଛି। ଏଠାରେ କଟକ ଆଗ୍ରାଭେଟ ଏକ ଇଥାନଲ କାରଖାନା ବସାଇବ। ଏହି କାରଖାନାରୁ ୧୨୫ କେଏଲପିଡି ଇଥାନଲ ଉତ୍ପାଦିତ ହେବ ବୋଲି କୁହାଯାଉଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସରକାର ଯୋଗାଇଦେଇଥିବା ଉପରୋକ୍ତ ଜମି ଡମପଡ଼ା ବାଙ୍କି ନିଶିଦ୍ଧାଂଚଳ ଜଙ୍ଗଲକୁ ଲାଗିଛି । ଏହି ଜମି ରାସ୍ତାଦେଇ ହାତିମାନେ ପ୍ରତିଦିନ ଗମନାଗମନ କରନ୍ତି। ମହାନଦୀ ମୂହାଣରୁ ପାଣି ପିଅନ୍ତି। ଏହି ଅଂଚଳକୁ ବହୁ ବିଦେଶାଗତ ସାଇବେରିଆ ଅଂଚଳରୁ ପକ୍ଷୀ ପ୍ରତିବର୍ଷ ଆସନ୍ତି । ତତ୍‌ସହିତ ଏହି ଜମି ସଂଲଗ୍ନ ଅଂଚଳଟିରେ ଭାଲୁ, ହରିଣ, ସମ୍ବର, ଠେକୁଆ, ଗୋଧି, ମୟୁର ଏବଂ ଅଜଗର ଇତ୍ୟାଦି ପଶୁ, ସରିଶୃପ ଓ ପକ୍ଷୀ ମାନଙ୍କର ବାସସ୍ଥଳିତ ଅଟେ । ରାଜ୍ୟ ସରକାର ଏହି ଜମିକୁ ଶିଳ୍ପ ସ୍ଥାପନ ନିମନ୍ତେ ଦେବାବେଳେ ଇଡକୋ, କଟକ ଜିଲ୍ଲା ପ୍ରଶାସନ ବାଙ୍କି ସବ୍‌କଲେକ୍ଟର ତହସିଲଦାର ତଥା ରାଜ୍ୟ ପ୍ରଶାସନର ଜଙ୍ଗଲ ଓ ପର୍ଯ୍ୟାବରଣ ବିଭାଗ ସମସ୍ତ ଆଇନ କାନୁନକ୍ ଉଲ୍ଲଙ୍ଘନ କରି ଶିଳ୍ପପତିଙ୍କ ସ୍ୱାର୍ଥରକ୍ଷା ତଥା ଅନ୍ୟ କିଛି ନିହତ ସ୍ୱାର୍ଥ ଉଦ୍ଦେଶ୍ୟରେ
ଏ ଜମିକୁ ହସ୍ତାନ୍ତର କରାଯାଇଅଛି ବୋଲି ବାଙ୍କିର ପୂର୍ବତନ ବିଧାୟକ ତଥା ପୂର୍ବତନ ପ୍ରଦେଶ କଂଗ୍ରେସ ଉପସଭାପତି ଡ. ଦେବାଶିଷ ପଟ୍ଟନାୟକ କହିଛନ୍ତି।

ଉକ୍ତ ଜମିରେ କଟକ ଆଗ୍ରାଭେଟ କମ୍ପାନୀ ଇଥାନଲ ପ୍ଲାଂଟ ସହିତ ୪ ମେଗାୱାଟର ଏକ ତାପଜ ବିଦ୍ୟୁତକେନ୍ଦ୍ର ସ୍ଥାପନ କରବି । ଯେଉଁଥିପାଇକି ପ୍ରତିଦିନ ୧୮୦ ଟନ କୋଇଲା ଜାଲେଣିରୂପେ ଆବଶ୍ୟକ ପଡ଼ିବ ଫଳରେ କୋଇଲାରୁ ନିର୍ଗତ ଧୂଆଁ, ଧୂଳି ସେ ଅଂଚଳର ଜୈବ ବିବିଧତା ଜଙ୍ଗଲ ଓ ପରିବେଶକୁ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ କରିବ । ଏହି କାରଖାନା ଅଂଚଳ ପାଖାପାଖି ନୂଆପଡ଼ା, କୁଆମୋଡ଼ା, ନରାଜ, ମୁଣ୍ଡୁଳି, ଭାଗିପୁର, କଲ୍ୟାଣପୁର ଇତ୍ୟାଦି ବହୁ ଗାଁ ଅଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ଏହି ଶିଳ୍ପପ୍ରତିଷ୍ଠା କରାଯାଉଥିବା ଜାଗାଠାରୁ ଏକ କିଲୋମିଟର ପରିସର ଭିତରେ ନବୋଦୟ ବିଦ୍ୟାଳୟ. ମୁଣ୍ଡୁଳୀ ହାଇସ୍କୁଲ, ସାଇ ଇଂଟରନ୍ୟାସନାଲ ସ୍କୁଲ ଏବଂ କେନ୍ଦ୍ର ସରକାରଙ୍କର ସିଆଇଏସଫ ସଂସ୍ଥା ତଥା ମାତ୍ର ୪ କିମି ଦୂରାରେ ନନ୍ଦନକାନନ ପ୍ରାଣି ଉଦ୍ୟାନ ଅବସ୍ଥିତ । ଖାଲି ସେିତିକି ନୁହେଁ ଓଡ଼ିଶା ହାଇକୋର୍ଟ ଏହି ଜାଗାଠାରୁ ମାତ୍ର ୫ କିଲୋମିଟର ଦୂରରେ ରହିଛି ବୋଲି ସେ କହିଛନ୍ତି।

ତେଣୁ ଏଭଳି ଏକ ସମ୍ବେଦନଶୀଳ, ଜନବସତି ତଥା ଜଙ୍ଗଲ ଅଂଚଳରେ ଏଭଳି ଏକ ଶିଳ୍ପ ପ୍ରତିଷ୍ଠା କରିବାପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ଏହା ତାଙ୍କର କେଉଁ ଦୁରଦୃଷ୍ଟିର ପାରଦର୍ଶିତା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି କମ୍ପାନୀ ଉପରୋକ୍ତ ଜମିରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାପୂର୍ବରୁ ପଲ୍ୟୁସନ କଂଟ୍ରୋଲ ବୋର୍ଡରୁ କ୍ଲିୟରାନ୍ସ ଆଣିନାହାନ୍ତି । କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପର୍ଯ୍ୟାବରଣ ମନ୍ତ୍ରଣାଳୟରୁ ଅନୁମତି ପାଇ ନାହାନ୍ତି ଏବଂ ରାଜ୍ୟ ଜଙ୍ଗଲ ଓ ପର୍ଯ୍ୟାବରଣ ମନ୍ତ୍ରଣାଳୟରୁ ଅନୁମତି ପାଇ ନାହାନ୍ତି । ଏପରିକି ଆଇନ ଅନୁସାରେ ଗ୍ରାମସଭା ଡକାନଯାଇ ବିଜୁ ଜନତାଦଳ ସମର୍ଥିିତ ସରପଂଚ ମିଛ ଗ୍ରାମସଭା ହୋଇଥିବାର ପ୍ରଦାନ କରିଛନ୍ତି । ଏ ଅଂଚଳର ଲୋକମାନଙ୍କର ଦାବୀ ଏ ଅଂଚଳର ଜଳବାୟୁ ତଥା ବାୟୁମଣ୍ଡଳ ତଥା ଜୈବବିବିଧତାକୁ ପ୍ରଦ୍ୟୁଷିତ ନକରି ଅନ୍ୟ ଯେଉଁଠାରେ ଶିଳ୍ପାଚଂଳ ଗଢ଼ିଉଠିଛି ସେଠି କଲେ କିଛି କ୍ଷତି ହେବ ନାହିଁ । ଚୌଦ୍ୱାର ଶିଳ୍ପାଂଚଳରେ ହଜାର ହଜାର ଏକର ଲ୍ୟାଣ୍ଡ ଇଡ୍‌କୋ ପାଖରେ ପଡ଼ି ରହିଛି । ସେଠାରେ ଏ ଶିଳ୍ପ ପ୍ରତିଷ୍ଠା କରାଯାଉ ବୋଲି ସେ ଦାବି କରିଛନ୍ତି। କଂଗ୍ରେସ ଶିଳ୍ପାୟନରେ ବିରୋଧି ନୁହେଁ କିନ୍ତୁ ପରିବେଶ, ଜଙ୍ଗଲ ଓ ପଶୁପକ୍ଷି ଜୈବବିବିଧତା ଓ ଜନସାଧାରଣଙ୍କ ସ୍ୱାର୍ଥକୁ ଉପେକ୍ଷା କରି ଶିଳ୍ପାୟନକୁ ବିରୋଧ କରେ ବୋଲି ପୂର୍ବତନ ବିଧାୟକ କହିଛନ୍ତି।

Leave A Reply

Your email address will not be published.