Latest Odisha News

BREAKING NEWS

ପଏଁରୀ ତିହାରରେ ମନ ମୋହିଲା ବିହୁ ନାଚ

ସୋନପୁର: ସୁବର୍ଣ୍ଣପୁରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ପଏଁରି’ର ଜାତୀୟ ପାରମ୍ପରିକ ଲୋକ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ଗତକାଲି ମହା ସମାରୋହରେ ଉଦଘାଟିତ ହୋଇଯାଇଛି l ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀ ବିମଳେନ୍ଦୁ ରାୟ ଯୋଗଦେଇଥିଲେ । ଏହି ଅବସରରେ ଲୋକଗୀତ ସଂଗୀତ ମାଧ୍ୟମରେ ‘ପଏଁରୀ’ ଅନୁଷ୍ଠାନ ଏବେ ସାରା ଭାରତରେ ଆମ ଜିଲ୍ଲାର ସୁନାମ ଅର୍ଜନ କରିପାରିଛି ବୋଲି କହିଥିଲେ ଜିଲ୍ଲାପାଳ ବିମଳେନ୍ଦୁ ରାୟ l ସମ୍ମାନୀତ ଅତିଥି ଭାବେ ଶ୍ରୀ ବିଶ୍ଵନାଥ ବାରିକ୍ , ପୌର ପରିଷଦ ଅଧ୍ୟକ୍ଷା ତାମସୀ ତlମସ୍ମିତା ନାଏକ ଯୋଗଦେଇ ଆୟୋଜକ ଓ କଳାକାର ଙ୍କୁ ଉତ୍ସାହିତ କରିଥିଲେ l

ପଏଁରୀ  ସଭାପତି ଲଡୁ କିଶୋର ମଲ୍ଲିକଙ୍କ  ସଭାପତିତ୍ୱରେ ଅନୁଷ୍ଟିତ ଏହି ସଭାକୁ ସମ୍ପାଦକ ଚୌଧୁରୀ ବିଭାର ସଂଯୋଜନା କରିଥିବା ବେଳେ ଉପ ସଭାପତି ପ୍ରଫୁଲ୍ଲ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ l ସେହିପରି ସକାଳ ୧୦ ଟାରେ ସୋନପୁର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀଙ୍କ ଠାରୁ ଆଜ୍ଞାମାଳ ନେଇ ୫୦୦ ରୁ ଉର୍ଦ୍ଧ୍ବ କଳାକାର  ଏକ ଶୋଭାଯାତ୍ରାରେ ନଗର ପରିକ୍ରମା କରି ସ୍ଥାନୀୟ ନୂତନ ଟାଉନ୍ ହଲ୍ ଠାରେ ପହଞ୍ଚିଥିଲେ l  ପରେ ପରେ ବିଶିଷ୍ଟ କଳାକାର ଯୁଧିଷ୍ଟିର ବାରିକ ଉତ୍ସବକୁ ଉଦ୍ଘାଟନ କରିଥିଲେ । ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ମିସ୍ ଯମୁନା ପ୍ରଧାନ, ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନ ଉପଦେଷ୍ଟା ଅଭିମନ୍ୟୁ କୁଶଳ, ଗଦାଧର ବାରିକ, ଶ୍ରୀବତ୍ସ ମଲ୍ଲିକ ପ୍ରମୁଖ ଯୋଗଦାନ କରିଥିଲେ l

ଜିଲ୍ଲାର ଲୋକ କଳାକାରମାନଙ୍କ ଦ୍ଵାରା ଲୋକନୃତ୍ୟ ପରିବେଷଣ ହୋଇଥିଲା l ସେହିପରି ସଂଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବିଶିଷ୍ଟ କଳାକାର ଶତ୍ରୁଘ୍ନ ଲୁହା, ବ୍ରହ୍ମା କୁମ୍ଭାର, ହରିଓଁ କୁଶଳ, ଲିପିକା ବିଭାର, ଓ ମୁଷ୍କlନ ମଲ୍ଲିକ ଙ୍କ ଦ୍ଵାରା ଲୋକ ଗୀତ ପରିବେଷଣ କରାଯାଇଥିବା ବେଳେ ମମତା ଫେସନ୍ ସୋ ପ୍ରଦର୍ଶିତ ହୋଇଥିଲା l  ପରେ ସୋନପୁର ପଏଁରୀର ନଚନିଆଁ, ଆସାମର ବିହୁ ନାଚ, ବଲାଙ୍ଗୀର ସାତ କୁଆଁରୀ ପରିଷଦ ର ରସରକେଲି, ମଧ୍ୟପ୍ରଦେଶ କଳାକାରଙ୍କ ଦ୍ଵାରା ବଧlର ଲୋକ ନୃତ୍ୟ ପରିବେଷଣ କରାଯାଇଥିଲା l ବିଳମ୍ୱିତ ରାତି ଯାଏଁ ହଜାର ଦର୍ଶକ ନାଚ ଗୀତ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ l

Leave A Reply

Your email address will not be published.