Latest Odisha News

BREAKING NEWS

କ’ଣ ଆପଣ ମଧ୍ୟ ପ୍ରେସର କୁକରରେ ଡାଲି ରାନ୍ଧୁଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ, ଜାଣି ରଖନ୍ତୁ ଏହି କଥା…

ଭୁବନେଶ୍ଵର: ଆମ ଭାରତୀୟ ସଂସ୍କୃତିରେ କିଛି ଜିନିଷ ଖାଇବାର ପ୍ରଥା ଦୀର୍ଘ ଦିନ ଧରି ରହିଆସିଛି | ଉଦାହରଣ ସ୍ଵରୁପ ଡାଲି । ଭାରତୀୟ ମାନଙ୍କ ମଧ୍ୟାହ୍ନ ଭୋଜନରେ ଡାଲି ବିଶେଷ ଗୁରୁତ୍ଵ ବହନ କରିଥାଏ । ଭାରତର ବିଭିନ୍ନ ସ୍ଥାନରେ ଏହି ଡାଲିକୁ ବିଭିନ୍ନ ଉପାୟରେ ପ୍ରସ୍ତୁତ କରାଯାଏ | କିନ୍ତୁ ଅନେକ ଲୋକ ଭାବନ୍ତି ଯେ ଡାଲି ଖାଇବା ଦ୍ଵାରା ସେମାନେ ମୋଟା ହୋଇଯାଆନ୍ତି ବା ସେମାନଙ୍କ ପେଟ ଫୁଲିଯାଏ । ଏସବୁର ପ୍ରକୃତ କାରଣ ସେମାନଙ୍କ ଶରୀରରେ ଡାଲି ସଠିକ୍ ଭାବରେ ହଜମ ହୋଇନଥାଏ । ଏକ ରିସର୍ଚ୍ଚରେ ଜଣାପଡିଛି ଯେ ଯେଉଁ ଲୋକମାନେ ପ୍ରେସର କୁକରରେ ଡାଲି ରାନ୍ଧିଥାନ୍ତି ସେମାନଙ୍କ କ୍ଷେତ୍ରରେ ଏସବୁ ସମସ୍ୟା ଦେଖାଦେଇଥାଏ । କାରଣ ପ୍ରେସର କୁକରରେ ଡାଲି ରାନ୍ଧିବା ଦ୍ଵାରା ଏଥିରେ ଥିବା ୟୁରିକ୍ ଏସିଡ୍ ବୃଦ୍ଧି ପାଇଥାଏ |

ଯେଉଁ ଖାଦ୍ୟରେ ପ୍ୟୁରିନ କଣ୍ଟେଟ ଥାଏ ସେହି ପ୍ରକାରର ଖାଦ୍ୟ ଖାଇବା ଦ୍ଵାରା ଶରୀରରେ ୟୁରିକ୍ ଏସିଡ୍ ବଢିଥାଏ । ଯେପରିକି, ସାମୁଦ୍ରିକ ଖାଦ୍ୟ, ରେଡ-ମିଟ୍ । କିନ୍ତୁ ଡାଲିରେ ଏତେ ପରିମାଣର ପ୍ୟୁରିନ୍ ନଥାଏ ଯାହାଦ୍ଵାରା ଶରୀରରେ ୟୁରିକ ଏସିଡ ବଢିବ । ଡାଲି ରାନ୍ଧିବା ବେଳେ ଡାଲି ଉପରେ ଯେଉଁ ଫେଣ ବାହାରେ ତାହା ସୈପୋନିନ୍, ପ୍ରୋଟିନ୍ ଏବଂ ଷ୍ଟାର୍ଚ କାରଣରୁ ବାହାରିଥାଏ | ଏହି ସୈପୋନିନ୍ ସୀମିତ ପରିମାଣରେ ଡାଲିରେ ମିଳିଥାଏ | ଏଗୁଡ଼ିକ ଆମ ଶରୀର ପାଇଁ ବିପଦଜନକ ନୁହେଁ | କାରଣ ଏହା ଆମ ଶରୀର ପାଇଁ ଆଣ୍ଟିଅକ୍ସିଡାଣ୍ଟ ପରି କାମ କରେ | ଯଦି ଆପଣ ପ୍ରେସର କୁକରରେ ଡାଲ୍ ରାନ୍ଧୁଛନ୍ତି ତେବେ ଏହି ଫେଣକୁ ବାହାରକରିବାର କୌଣସି ଆବଶ୍ୟକତା ନାହିଁ |

Leave A Reply

Your email address will not be published.