Latest Odisha News

BREAKING NEWS

କଟକ ବାଲିଯାତ୍ରାରେ ପୁଣି ଅଘଟଣ: ଷଣ୍ଢ ଆକ୍ରମଣରେ ୨ ଯୁବତୀ ଆହତ

କଟକ  :  ପୁଣି ଐତିହାସିକ କଟକ ବାଲିଯାତ୍ରାରେ ଅଘଟଣ। କଟକ ବାଲିଯାତ୍ରା ତଳ ପଡ଼ିଆରେ ଅଘଟଣ ହୋଇଛି। ଷଣ୍ଢ ଆକ୍ରମଣରେ ଦୁଇ ଯୁବତୀ ଆହତ। ଭାରତ ମସଲା ଷ୍ଟଲ୍ ନିକଟରେ ଷଣ୍ଢ ଲଢେଇ ଚାଲିଥିବାବେଳେ ହଠାତ୍ ସେଠାରେ ଉପସ୍ଥିତ ଥିବା ଯୁବତୀ ମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଆହତ ମାନେ ହେଲେ ଭୁବନେଶ୍ୱରର ସୁଭଦ୍ରା ସାହୁ ଓ କଟକର ଅନ୍ନପୂର୍ଣ୍ଣା ସାହୁ। ଦୁଇ ଆହତଙ୍କୁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଉଦ୍ଧାର କରି ଚିକିତ୍ସା ପାଇଁ ମେଡ଼ିକାଲ ପଠାଇଥିଲେ।

 

ଉଲ୍ଲେଖଯୋଗ୍ୟ, ବାଲିଯାତ୍ରାର ମହୋଲ ଭିତରେ ଜଣେ ନାବାଳକ ବିଦ୍ୟୁତ ଆଘାତରେ ପ୍ରାଣ ହରାଇବା ପରେ ଏହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ଘଟଣାକୁ ନେଇ ରାଜନୀତିକ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ଉଭୟ ଶାସକ ଓ ବିରୋଧୀ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଥିଲା। ଏମିତିକି ସ୍ଥାନୀୟ ପ୍ରଶାସନ ସହ ଚଳିତ ବର୍ଷର ବାଲିଯାତ୍ରା ପରିଚାଳନାରେ ସରକାର ଫେଲ ମାରିଥିବା ଅନେକ କହିଥିଲେ। ଏହାରି ଭିତରେ ଆଜି ଷଣ୍ଢ ଆକ୍ରମଣରେ ଦୁଇ ଯୁବତୀ ଆହତ ହେବା ପୁଣି ଐତିହାସିକ ବାଲିଯାତ୍ରାରେ ସୁରକ୍ଷାକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି।

Comments are closed.