Latest Odisha News

BREAKING NEWS

ବାହୁଡ଼ା ଯାତ୍ରା ବେଳେ ଅଘଟଣ; ୨ କନଷ୍ଟେବଳ ମୃତ

ରାୟଗଡ଼ା: ବାହୁଡ଼ା ଯାତ୍ରା ସମୟରେ ଅଘଟଣ । ଡ୍ୟୁଟି କରୁଥିବା ବେଳେ ଦୁଇ କନଷ୍ଟେବଳ ପ୍ରାଣହରାଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଅନ୍ୟ ଜଣେ ପୁରୁଷ କନେଷ୍ଟବଳ ରହିଛନ୍ତି । ମୃତ ପୁରୁଷ କନଷ୍ଟେବଳ ହେଲେ ରାୟଗଡ଼ା ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରାରେ ଡ୍ୟୁଟି କରୁଥିବା ତାରିଣୀ ଚରଣ ଗମାଙ୍ଗ(୫୦) ସେ ଡ୍ୟୁଟି ସମୟରେ ହଠାତ୍ ଟଳି ପଡିଥିଲେ ଓ ଅନ୍ୟ ଜଣେ ହେଲେ ମହିଳା କନଷ୍ଟେବଳ ଲାବନ୍ୟା ଗାଣ୍ଟା ।

ଲାବନ୍ୟାଙ୍କ ଘର ଥେରୁବାଲିସ୍ଥିତ ପାଇକପଡା ଓ ମୃତ ତାରିଣୀଙ୍କ ଘର ପଦ୍ମପୁର ଥାନା ଅନ୍ତର୍ଗତ ଲଛମନଗୁଡା ବୋଲି ଜଣାପଡ଼ିଛି ।

ଖବର ମୁତାବକ, ଶନିବାର ରାୟଗଡ଼ା ତହସିଲ ଛକଠାରେ ଜାତୀୟ ରାଜପଥ କଡ଼ରେ ଡ୍ୟୁଟି କରୁଥିବା ବେଳେ ଅସୁସ୍ଥତା ଅନୁଭବ କରି ତଳେ ଅଚେତ ଅବସ୍ଥାରେ ପଡ଼ି ଯାଇଥିଲେ ତାରିଣୀ ଚରଣ ଗମାଙ୍ଗ । ସେଠାରେ ଥିବା ଅନ୍ୟ ପୋଲିସ କର୍ମୀମାନେ ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅନ୍ୟ ଜଣେ ମହିଳା କନଷ୍ଟେବଳ ଲାବନ୍ୟା ଗାଣ୍ଟା ବାହୁଡ଼ା ଯାତ୍ରା ଡ୍ୟୁଟି ପାଇଁ ରାୟଗଡ଼ା ଆସୁଥିବା ବେଳେ ଚାନ୍ଦିଲି ଥାନା ଅଧୀନ ମୁନିସିଂ ଛକ ନିକଟରେ ଏକ ଟ୍ରଲର ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା ।

Comments are closed.