Latest Odisha News

ଓଡିଶା ଆସିବେ ମୋଦି, ସୁରକ୍ଷା ବ୍ୟବସ୍ତା କଡାକଡି

ଭୁବନେଶ୍ୱର: ଆସନ୍ତା ୧୭ ତାରିଖରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି l ଜନ୍ମଦିନର ଶୁଭ ଅବସରରେ ଓଡ଼ିଶାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ମୋଦି l ସେପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କମିସନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି l ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା l ବିମାନବନ୍ଦରରୁ ଜନତା ମଇଦାନ ପର୍ଯ୍ୟନ୍ତ ରାସ୍ତାରେ ହେବ ବ୍ୟାରିକେଡ୍ l ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା ସହ ଲାଗୁ ହେବ ଟ୍ରାଫିକ୍ କଟକଣା l ସାଧା ପୋଷାକରେ ବୁଲିବେ ପୋଲିସ l ସେପଟେ ସୁରକ୍ଷା ବ୍ୟବସ୍ତାକୁ ଦୃଷ୍ଟିରେ ରଖି ଗୁଇନ୍ଦା ବିଭାଗ ମଧ୍ୟ ସକ୍ରିୟ ରହିଛି l

ମୋଦିଙ୍କ କାର୍ଯ୍ୟସୂଚୀ ଅନୁଯାୟୀ, ସକାଳ ୧୧ଟା ୩୫ ମିନିଟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ମୋଦି। ଏଠାରୁ କଡ଼ା ସୁରକ୍ଷା ମଧ୍ୟରେ ୧୧ଟା ୫୫ରେ ଜନତା ମଇଦାନରେ ପହଞ୍ଚିବେ । ସେଠାରେ ବିଭିନ୍ନ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିବା ସହିତ ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନାର ମଧ୍ୟ ଶୁଭାରମ୍ଭ କରିବେ । ସେଠି ପ୍ରଧାନମନ୍ତ୍ରୀ ୧୨ଟାରୁ ୧ଟା ଯାଏ ଉପସ୍ଥିତ ରହିବା ପରେ ଅପରାହ୍ଣ ୩ଟା ୨୫ ମିନିଟ ସମୟରେ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

Comments are closed.