Latest Odisha News

ଶକ୍ତି ମଲ୍ଟଏୟାର ପ୍ରାଇଭେଟ୍ ଲିମିଟେଡ ଉପରେ ଶେଷ ହେଲା ଆୟକର ରେଡ୍

ଢେଙ୍କାନାଳ: ତୁମୁସିଂହା ଥାନା ଅନ୍ତର୍ଗତ ମଦ ପ୍ରସ୍ତୁତକାରୀ ସଂସ୍ଥା ଶକ୍ତି ମଲ୍ଟଏୟାର ଓ ଲେମୋନେଡସ୍ ପ୍ରାଇଭେଟ୍ ଲିମିଟେଡ୍ ଉପରେ ଆୟକର ବିଭାଗ ପକ୍ଷରୁ ୩ ଦିନ ଧରି ଚାଲିଥିବା ଚଢ଼ଉ ସୋମବାର ଶେଷ ହୋଇଛି।

ଏହି ଚଢ଼ାଉ ସମୟରେ ଆୟକର ଅଧିକାରୀମାନେ ମଦ ପ୍ରସ୍ତୁତକାରୀଙ୍କ ଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି। ପ୍ଲାଣ୍ଟର ପରିଚାଳନା ନିର୍ଦ୍ଦେଶକ ବିକ୍ରମ ସାହୁଙ୍କୁ ମଧ୍ୟ ବହୁବାର ପଚରାଉଚରା କରାଯାଇଥିଲା। ତେବେ ଆୟକର ବିଭାଗ ପକ୍ଷରୁ କୌଣସି ତଥ୍ୟ ପ୍ରକାଶ କରାଯାଇ ନାହିଁ।

ନିକଟରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିବା ବୌଦ୍ଧ ଡିଷ୍ଟିଲରି ସହ ଶକ୍ତି ମଲ୍ଟଏୟାର ସମ୍ପର୍କ ଥିବା ସନ୍ଦେହ କରାଯାଉଥିଲା। ତେବେ ଏହି ଖବରକୁ ଖଣ୍ଡନ କରିଛନ୍ତି ବିକ୍ରମ ସାହୁ।

ବିକ୍ରମ ସାହୁ କହିଛନ୍ତି, ମୁଁ ଜାଣିନାହିଁ ଯେ ଆୟକର ବିଭାଗ କାହିଁକି ମୋ ପ୍ଲାଣ୍ଟ ଉପରେ ଚଢ଼ାଉ କରିଛି। କେବଳ ସେମାନେ ହିଁ ଏହାର ଉତ୍ତର ଦେଇପାରିବେ।”

ଆମେ ବୌଦ୍ଧ ଡିଷ୍ଟିଲରିରୁ ସ୍ପିରିଟ କିଣିଥାଉ, କିନ୍ତୁ ମୁଁ ବ୍ୟକ୍ତିଗତ ଭାବେ ସେମାନଙ୍କୁ ଜାଣିନାହିଁ। ଚାରି ଜଣ ଗ୍ରାହକ ଆମକୁ ସ୍ପିରିଟ୍ ସପ୍ଲାଏ କରନ୍ତି ଏବଂ ଆମେ ମୋ ଗ୍ରାହକମାନଙ୍କୁ ବିକ୍ରି କରିବା ପୂର୍ବରୁ ସେଥିରୁ ମଦ ପ୍ରସ୍ତୁତ କରିଥାଉ, ଯେଉଁମାନେ ପରେ ସେମାନଙ୍କର ଲେବଲ୍ ସହିତ ବଜାରରେ ବିକ୍ରି କରନ୍ତି ବୋଲି ସାହୁ କହିଛନ୍ତି।

ଶକ୍ତି ମଲ୍ଟଏୟାର ୨୦୧୨ ମସିହାରୁ ଆଲକୋହୋଲିକ୍ ଓ ନନ୍ ଆଲ୍କୋହୋଲିକ୍ ମୃଦ୍ୟୁ ପାନୀୟ ପ୍ରସ୍ତୁତ କରି ଆସୁଛନ୍ତି। ଏଥିରେ ମଦ ମିଶ୍ରଣ, ବଟଲିଂ, ବିତରଣ ଏବଂ ବିକ୍ରି ପାଇଁ ଲାଇସେନ୍ସ ରହିଛି।

ନିକଟରେ ଓଡ଼ିଶାରେ ବଳଦେବ ସାହୁ ଆଣ୍ଡ ସନ୍ସ ଆଣ୍ଡ ବୌଦ୍ଧ ଡିଷ୍ଟିଲରି ପ୍ରାଇଭେଟ୍ ଲିମିଲିଡର ଦେଶୀ ମଦ କାରଖାନା ସହ ଜଡ଼ିତ ଏକାଧିକ ସ୍ଥାନରେ ଆୟକର ବିଭାଗ ଚଢ଼ଉ କରି ୩୨୦ କୋଟି ଟଙ୍କାର ନଗଦ ଟଙ୍କା ଜବତ କରିଥିଲା।

Comments are closed.