Latest Odisha News

ଢେଙ୍କାନାଳ ଶକ୍ତି ମଲ୍ଟଏୟାର ଆଣ୍ଡ ଲିମୋନେଡ଼ କମ୍ପାନୀରେ ଆଇଟି ରେଡ୍

ଢେଙ୍କାନାଳ: ଆଉ ଏକ ମଦ କମ୍ପାନୀ ଉପରେ ଆୟକର ରେଡ୍ । ଢେଙ୍କାନାଳ ଜିଲ୍ଲା ମୁସିଙ୍ଗା ଥାନା ଅଧୀନ ମାଛିଆ ଗାଁରେ ଥିବା ଶକ୍ତି ମଲ୍ଟଏୟାର ଆଣ୍ଡ୍ ଲିମୋନେଡ୍ ପ୍ରାଇଭେଟ୍ ଲିମିଟେଡ୍ ଉପରେ ରେଡ୍‌ କରିଛି ଆୟକର ବିଭାଗ । ଗତକାଲି ଠୁ ଆଇକର ବିଭାଗର ୨ଟି ଟିମ୍‌ ଦ୍ବାରା ଆରମ୍ଭ ହୋଇଥିବା ଏହି ରେଡ୍ ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି ।

ସୂଚନା ମୁତାବକ, ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ୍ ଲିମିଟେଡ୍ ଲିଙ୍କରେ ଢେଙ୍କାନାଳର ମଲ୍ଟଏୟାର ଆଣ୍ଡ୍ ଲିମୋନେଡ୍ ପ୍ରାଇଭେଟ୍ ଲିମିଟେଡ୍ ଉପରେ ଚଢ଼ାଉ କରାଯାଉଛି । ଅନୁମତି ବିନା ଉକ୍ତ ବେସରକାରୀ କମ୍ପାନି ଆଲକହଲ୍ ଓ ନନ୍ ଆଲକହଲ୍ ପାନୀୟ ପ୍ରସ୍ତୁତ କରିବା ଓ ଏନେଇ ଟିକସ ଫାଙ୍କିବା ଅଭିଯୋଗରେ ଏହି ରେଡ୍‌ ଜାରି ରହିଛି ।

Leave A Reply

Your email address will not be published.