Latest Odisha News

BREAKING NEWS

କେବେ ବାହାରିବ ନିଷ୍କର୍ସ ? ଖୋଲିବ ଶିମିଳିପାଳ ଅଭୟାରଣ୍ୟ

କରଞ୍ଜିଆ : ବର୍ତ୍ତମାନ ଶୀତ ଋତୁ ଚାଲିଛି  । ସାଧାରଣତଃ ଶୀତ ଋତୁରେ ମୟୁରଭଞ୍ଜ ଜିଲ୍ଲାରେ ଥିବା ଶିମିଳିପାଳ ଅଭୟାରଣ୍ୟକୁ ଶହ ଶହ ପର୍ଯ୍ୟଟକଙ୍କର ସୁଅ ଛୁଟେ  । କିନ୍ତୁ ଅଭୟାରଣ୍ୟ ମଧ୍ୟରେ ଥିବା ମୁଖ୍ୟ ରାସ୍ତାର ଉନ୍ନତିକରଣ ଓ ରକ୍ଷଣାବେକ୍ଷଣା ନେଇ ଅଧିବାସୀମାନେ ଦାବି କରିଆସୁଥିଲେ  । ଏପରିକି ପ୍ରତିବାଦରେ ୨୧ ଦିନ ହେବ ଶିମିଳିପାଳ ବନ୍ଦ ମଧ୍ୟ ରହିଛି  । କିନ୍ତୁ  ଶିମିଳିପାଳ କର୍ତ୍ତୁପକ୍ଷ ନିଘୋଡ ନିଦ୍ରାରେ ଶୋଇରହିଛନ୍ତି । ଫଳରେ ଆନ୍ଦୋଳନକାରୀ ମାନେ ନିଜ ଜିଦରେ ଅଟକ ରହିଛନ୍ତି  ।

ରାସ୍ତା ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ ବୋଲି ଚେତାବନୀ ଦେଇଛନ୍ତି । ଏ ନେଇ  ପ୍ରଶାସନ ଏବଂ ଶିମିଳିପାଳ ୩ ଗ୍ରାମ ପଞ୍ଚାୟତର ଅଧିବାସୀଙ୍କ ମଧ୍ୟରେ ବୈଠକ ବସିଥିଲା  । ହେଲେ କିଛି ସୁଫଳ ମିଳିନାହିଁ । ଶିମିଳିପାଳ କର୍ତ୍ତୁପକ୍ଷ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିପାରିନାହାଁନ୍ତି ।

ଫଳରେ ଶିମିଳିପାଳ ବିକାଶ ପରିଷଦ ସଙ୍ଗଠନ ଡାକରାରେ ୫ ଦଫା ଦାବି ନେଇ ଗତ ନଭେମ୍ବର ୨୫ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଭିନ୍ନ ପଂଚାୟତବାସୀ। ଗତକାଲି ମଧ୍ୟ ଯଶୀପୁର ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଆନ୍ଦୋଳନ ପ୍ରତ୍ୟାହୃତ ପାଇଁ ପଞ୍ଚାୟତବାସୀଙ୍କୁ ଉପଜିଲ୍ଲାପାଳ ନିବେଦନ କରିଥିଲେ   । ବୈଠକରେ ଆଲୋଚନା ପରେ ଦୁଇଦିନ ସମୟ ମାଗିଛନ୍ତି ଆନ୍ଦୋଳନକାରୀ ।

Leave A Reply

Your email address will not be published.