Latest Odisha News

BREAKING NEWS

ବଢିଲା ଆୟକର ରିଟର୍ଣ୍ଣ ଦାଖଲ ସମୟ

ନୂଆଦିଲ୍ଲୀ:ଆୟକର ଦାତାଙ୍କ ପାଇଁ ଖୁସି ଖବର। ବୃଦ୍ଧି ପାଇଲା ଆୟକର ରିଟର୍ଣ୍ଣ ଦାଖଲର ସମୟସୀମା। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।। ୨୦୧୮-୧୯ ଆର୍ଥିକବର୍ଷ ନିମନ୍ତେ ଆୟକର ରିଟର୍ଣ୍ଣ (ଆଇଟିଆର୍‌) ଦାଖଲ ସମୟସୀମା ଜୁଲାଇ ୩୧ ଯାଏ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଅନ୍ୟପକ୍ଷରେ ସରକାର ୨୦୧୯-୨୦ ଆର୍ଥିକବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ ସମୟସୀମାକୁ ଆସନ୍ତା ୩୦ ନଭେମ୍ବର ଯାଏ ବଢ଼ାଇଛନ୍ତି । ଆହୁରି ମଧ୍ୟ ସରକାର ଟିକସ ଅଡିଟ୍‌ ଦାଖଲ ସମୟସୀମାକୁ ଅକ୍ଟୋବର ୩୧ ଯାଏ ବୃଦ୍ଧି କରିଥିବା ସିବିଡିଟି ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି ।

Leave A Reply

Your email address will not be published.