Latest Odisha News

BREAKING NEWS

୪୬ ବର୍ଷରେ କରିସ୍ମା କାପୁର, ସୋସିଆଲ ମିଡିଆରେ ଫ୍ୟାନ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର: ବଲିଉଡ ଅଭିନେତ୍ରୀ କରିସ୍ମା କାପୁରଙ୍କର ଆଜି ୪୬ତମ ଜନ୍ମଦିନ । ସାରା ଦେଶରେ ଏବେ ଲକ୍ ଡାଉନ ପରିସ୍ଥିତି ସୃଷ୍ଟି ହୋଇଥିବାରୁ କରିସ୍ମା ଓରଫ ଲୋଲୋ ଚଳିତବର୍ଷ ଜନ୍ମଦିନ ଘରେ ପାଳନ କରୁଛନ୍ତି । କିନ୍ତୁ ଫ୍ୟାନମାନେ ସୋସିଆଲ ମିଡିଆରେ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଭୁଲି ନାହାନ୍ତି । କରିସ୍ମାଙ୍କ ଅଭିନୀତ ବିଭିନ୍ନ ଫିଲ୍ମର ଫଟୋ ସହିତ ଏକ ସୁନ୍ଦର ମେସେଜ ଦେଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

୧୯୭୪ ମସିହା ଜୁନ୍ ୨୫ ତାରିଖରେ କାପୁର ବଂଶରେ ଜନ୍ମ ହୋଇଥିଲେ । ପରିବାରର ପ୍ରତ୍ୟେକଟି ସଦସ୍ୟ ବଲିଉଡ ସହ ଜଡିତ ଥିବା ବେଳେ ମାତ୍ରା ୧୭ ବର୍ଷ ବୟସରେ ସେ ଅଭିନୟ ଜଗତକୁ ଆସିଥିଲେ ।

୧୯୯୧ ମସିହାରେ ସେ ଚଳଚ୍ଚିତ୍ର ‘ପ୍ରେମ କଏଦୀ’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ଏହା ପରେ ସେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇଥିଲେ । ‘ଅନାଡି’, ‘ରାଜାବାବୁ’, ‘କୁଲି ନମ୍ବର ୱାନ’, ‘ରାଜା ହିନ୍ଦୁସ୍ତାନ’, ‘ଦିଲ୍ ତୋ ପାଗଲ ହୈ’, ‘ସାଜନ ଚଲେ ଶଶୁରାଲ’ ଆଦି ଫିଲ୍ମ ଜରିଆରେ ସେ ଦର୍ଶକଙ୍କ ନିକଟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି ।

ଗତ କିଛି ବର୍ଷ ହେବ ସେ ଚଳଚ୍ଚିତ୍ର ଜଗତରୁ ଦୂରେଇ ଯାଇଛନ୍ତି ।

Leave A Reply

Your email address will not be published.