ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଆୟକର ବିଭାଗର ରେଡ୍ । ରେଡ୍ ବେଳେ ମିଳିଛି ପୁଳାପୁଳା ଟଙ୍କା ଓ ଦାମୀ ଅଳଙ୍କାର ଓ ବହୁମୂଲ୍ୟର ବିଦେଶୀ ଘଣ୍ଟା। ଏହାସହ ପ୍ରଚୁର ମାତ୍ରାର ସମ୍ପତ୍ତି ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି।
ସୂଚନାମୁତାବକ, କେନ୍ଦ୍ରୀୟ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ସୋମବାର କହିଛିଯେ, ସରକାରୀ କଣ୍ଟ୍ରାକ୍ଟର ଓ ‘ରିୟଲି ଷ୍ଟେଟ’ ଡେପଲପର୍ସଙ୍କ ଠିକଣାରେ ଏହି ଚଢାଉ କରାଯାଇଥିଲା। ଅକ୍ଟୋବର 12 ତାରିଖରୁ କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଦିଲ୍ଲୀର କିଛି ସ୍ଥାନରେ ଏହି ରେଡ କରାଯାଇଥିଲା । ଯେଉଁଥିରେ ନଗଦ 94 କୋଟି ଟଙ୍କା, 8 କୋଟି ଟଙ୍କା ମୂଲ୍ୟର ସୂନା ଓ ହିରା ଗହଣା ଓ 30ଟି ଦାମୀ ବିଦେଶୀ ଘଣ୍ଟା ଜବତ ହୋଇଛି । ମୋଟ ସମୁଦାୟ 102କୋଟି ରୁ ଉର୍ଦ୍ଧ୍ବ ଟଙ୍କା ଜବତ ହୋଇଛି ।
ସିବିଡିଟି ଆହୁରି କହିଛି ଯେ, କଣ୍ଟ୍ରାକ୍ଟର ଓ ତାଙ୍କ ସହ ଜଡିତ ସହଯୋଗୀଙ୍କ ଠିକଣାରେ କରାଯାଇଥିବା ରେଡ୍ ବେଳେ ଲୁଜ୍ ଶିଟ, ହାର୍ଡ କପି ଓ ଡିଜିଟାଲ ତଥ୍ୟ ମଧ୍ୟ ମିଳିଛି। ଏହାସହ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ମିଳିଛି ।
ସିବିଡିଟିର ଏହି ଛାପାମାରୀ ପରେ କର୍ଣ୍ଣାଟକ ସରକାର ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ଏହି ଚଢାଉରେ ମିଳିଥିବା ଟଙ୍କା ସହ କଂଗ୍ରେସ ଜଡିତ ଥିବା ବିଜେପି ରାଜ୍ୟ ୟୁନିଟ୍ ସଭାପତି ନଳିନ କୁମାର କତିଲ କହିଛନ୍ତି ଯେ,ଏହି ଛାପାମାରୀରେ ମିଳିଥିବା ଟଙ୍କା ସହ କଂଗ୍ରେସ ଜଡିତ ରହିଛି । ଅନ୍ୟପଟେ, ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଏବଂ ଏହାକୁ ଭିତ୍ତିହୀନ ବୋଲି କହିଛନ୍ତି।
Comments are closed.