Latest Odisha News

BREAKING NEWS

ବିଜୟ ସହ ଶୀର୍ଷକୁ ଫେରିବା ଲକ୍ଷ୍ୟରେ ବାଙ୍ଗାଲୋର

ଅହମ୍ମଦାବାଦ: ଚଳିତ ଆଇପିଏଲରେ ଶୁକ୍ରବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ପଞ୍ଜାବ କିଙ୍ଗସ ମଧ୍ୟରେ ମୁକାବିଲା ହେବ । ବିରାଟ କୋହଲି ନେତୃତ୍ୱାଧୀନ ବାଙ୍ଗାଲୋର ଏହି ମ୍ୟାଚରେ ବିଜୟ ହାସଲ କରି ପଂଏଟ ଟେବୁଲର ଶୀର୍ଷକୁ ଫେରିବା ଲକ୍ଷ୍ୟରେ ରହିବ । ଅପରପକ୍ଷରେ ଲୋକେଶ ରାହୁଲଙ୍କ ନେତୃତ୍ୱରେ ପଞ୍ଜାବର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ଯଦି ଏହି ମ୍ୟାଚରେ ଦଳ ବିଜୟ ହୁଏ ତାହାହେଲେ ପ୍ଲେଅଫ ପ୍ରବେଶ ଆଶା ଉଜ୍ଜୀବୀତ ରହିବ । ଓଭରାଲ ଆଇପିଏଲ ମୁକାବିଲାରେ ବାଙ୍ଗାଲୋରଠାରୁ ପଂଜାବ ଆଗରେ ରହିଛି ।

ଉଭୟ ଦଳ ପରସ୍ପର ବିରୋଧରେ ୨୬ ମ୍ୟାଚ ଖେଳିଛନ୍ତି । ପଂଜାବ ୧୪ରେ ଏବଂ ବାଙ୍ଗାଲୋର ୧୨ ମ୍ୟାଚରେ ବିଜୟ ହାସଲ କରିଛି । ଏବି ଡିଭିଲର୍ସ, ଗ୍ଲେନ ମ୍ୟାକ୍ସୱେଲ ଓ ବିରାଟ କୋହଲିଙ୍କ ପରି ବ୍ୟାଟ୍ସମ୍ୟାନ ବାଙ୍ଗାଲୋର ନିକଟରେ ଥିବାରୁ ସେମାନଙ୍କ ପଲା କିଛି ମାତ୍ରାରେ ଭାରୀ ରହିଛି । ପଂଜାବକୁ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରିବାକୁ ପଡିବ ।

Leave A Reply

Your email address will not be published.