Latest Odisha News

BREAKING NEWS

କେନ୍ଦ୍ର କର୍ମଚାରୀଙ୍କ ଲାଗି ଭଲ ଖବର; ଜୁଲାଇ ୧ରୁ ଲାଗୁ ହେବ ୩୧% ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଭଲ ଖବର। ସେମାନେ ପାଇବାକୁ ଥିବା ୩୧ ପ୍ରତିଶତ ମହଙ୍ଗା ଭତ୍ତା ଏବେ ୨୦୨୧ ଜୁଲାଇ ୧ ତାରିଖରୁ କାର୍ଯ୍ୟକାରୀ ହେବ। ଏବେ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା  ଜୁଲାଇ ୧ରୁ ମିଳିବ ବୋଲି ଆଜି ଏହି ସୂଚନା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଛି। ପୂର୍ବରୁ ମୂଳ ଦରମା ଉପରେ ୨୮ ପ୍ରତିଶତ ମହଙ୍ଗା ଭତ୍ତା ମିଳୁଥିଲା।

ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ  ‘ମୂଳ ଦରମା ଅର୍ଥ ୭ମ ବେତନ କମିଶନର ସୁପାରିସ ଆଧାରରେ କେନ୍ଦ୍ରୀୟ କର୍ମଚାରୀମାନେ ପାଉଥିବା ଅର୍ଥ। ଏଥିରେ ଅନ୍ୟ କୌଣସି ପ୍ରକାରର ବେତନ କିମ୍ବା ଭତ୍ତା ସାମିଲ ନାହିଁ।

ଏହା ବେତନ ପ୍ରାପ୍ତ ବେସାମରିକ କର୍ମଚାରୀଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ, ସଶସ୍ତ୍ର ବାହିନୀର କର୍ମଚାରୀ ଏବଂ ରେଳ କର୍ମଚାରୀଙ୍କ ବିଷୟରେ ପ୍ରତିରକ୍ଷା ଏବଂ ରେଳ ମନ୍ତ୍ରଣାଳୟ ପୃଥକ ନିର୍ଦ୍ଦେଶ ଜାରି କରିବେ ବୋଲି କୁହାଯାଇଛି।

ଏହା ଦ୍ବାରା ପ୍ରାୟ ୪୭.୧୪ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୮.୬୨ ଲକ୍ଷ ପେନସନଭୋଗୀ ଉପକୃତ ହେବେ।

Leave A Reply

Your email address will not be published.