Latest Odisha News

BREAKING NEWS

କୂଅରୁ ଉଦ୍ଧାର ହାତୀ ଛୁଆକୁ କପିଳାସ ପଠାଇଲା ବନ ବିଭାଗ

କେନ୍ଦୁଝର: ହାତୀ ଛୁଆକୁ କପିଳାସ ପଠାଇଲା ବନ ବିଭାଗ। ୧୫ଫୁଟ୍ କୂଅରୁ ସୁରକ୍ଷିତଭାବେ ଉଦ୍ଧାର ହୋଇଥିଲା ହାତୀ ଛୁଆ। ବନ ବିଭାଗ ହାତୀ ଛୁଆକୁ ମା ହାତୀ ଓ ତାର ପରିବାର ପାଖରେ ଛାଡ଼ିବା ପାଇଁ ଚେଷ୍ଟା କରିଥିଲା। ହେଲେ ସେଥିରେ ସଫଳ ହୋଇପାରିନଥିଲେ। ହାତୀ ଛୁଆକୁ ବଞ୍ଚେଇବା ପାଇଁ ସରକାରଙ୍କ ନିର୍ଦ୍ଦେଶରେ ଢ଼େଙ୍କାନାଳର କପିଳାସରେ ବନ୍ୟପ୍ରାଣୀ ଜୁ କୁ ନିଆଯାଇଥିବା କେନ୍ଦୁଝର ଡ଼ିଏଫଓ କହିଛନ୍ତି।

ଗତ ୨୩ତାରିଖରେ କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ନେଦିଗୋଠାରେ ଏକ ଛୁଆ ହାତୀ ବାଟବଣା ହୋଇ ୧୫ଫୁଟ୍ କୂଅ ଭିତରେ ରାତିରେ ଖସି ପଡ଼ିଥିଲା। ହାତୀ ଛୁଆ କୂଅରେ ପଡ଼ିଥିବା ଘଟଣା ଗାଁ ଲୋକ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ ପହଞ୍ଚି ହାତୀ ଛୁଆକୁ ସୁରକ୍ଷିତଭାବେ ମେସିନ ସାହାଯ୍ୟରେ ଉଦ୍ଧାର କରିଥିଲେ।

ସୂଚନା ଅନୁସାରେ, ଗତ ଶୁକ୍ରବାର ରାତିରେ ନେଦିଗୋଠ ଅଞ୍ଚଳକୁ ୪ଦନ୍ତା, ସାତ ମାଈ ହାତୀ ସହ ଛୁଆ ହାତୀକୁ ମିଶାଇ ୧୨ଟିକିଆ ହାତୀ ପଲ ଆସିଥିଲେ। ଅନ୍ୟ ହାତୀମାନେ ସେଠାରୁ ଜଙ୍ଗଲକୁ ଫେରିଯାଇଥିଲେ। ହେଲେ ଛୁଆ ହାତୀ ଏକ ୧୫ଫୁଟ୍ ଗଭୀର କୂଅରେ ପଡ଼ିଯାଇଥିଲା।

Leave A Reply

Your email address will not be published.