Latest Odisha News

ଆପଣଙ୍କ ହ୍ବାଟସଆପକୁ ପୂର୍ବ ଅପେକ୍ଷା ଆହୁରି କରନ୍ତୁ ସୁରକ୍ଷିତ, ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ: ମେଟା ଗତ କିଛି ସମୟ ହେବ ଏହାର ମେସେଜିଂ ପ୍ଲାଟଫର୍ମ ହ୍ବାଟସଆପର ସୁରକ୍ଷା ଏବଂ ଗୋପନୀୟତାକୁ କ୍ରମାଗତ ଭାବରେ ବୃଦ୍ଧି କରିଆସୁଛି । ଗତ କିଛି ମାସ ମଧ୍ୟରେ, କମ୍ପାନୀ ସୁରକ୍ଷାକୁ ଉନ୍ନତ କରିବା ପାଇଁ ନୂଆ ଫିଚର୍ସ ଘୋଷଣା କରିଥିଲା । ତଥାପି, ଅନେକ ୟୁଜର୍ସ ଏହି ଫିଚର୍ସ ବିଷୟରେ ଜାଣନ୍ତି ନାହିଁ । ଏପରି ପରିସ୍ଥିତିରେ, ହ୍ବାଟସଆପରେ ଉପଲବ୍ଧ ପ୍ରାଇଭେସି ବା ଗୋପନୀୟତା ବିକଳ୍ପ ବିଷୟରେ ସମସ୍ତେ ଅବଗତ ଅଛନ୍ତି ବୋଲି ନିଶ୍ଚିତ କରିବାକୁ ମେଟା ନିକଟରେ ପ୍ରାଇଭେସି ଯାଞ୍ଚ କରିବା ଆରମ୍ଭ କରିଛି ।

ଏହି ଫିଚର ମାଧ୍ୟମରେ, ଉପଭୋକ୍ତାମାନେ ସେମାନଙ୍କର ପ୍ରାଇଭେସି ସେଟିଂକୁ ଶୀଘ୍ର ସମୀକ୍ଷା ଏବଂ ପରିଚାଳନା କରିପାରିବେ । ଯାହା ଦ୍ବାରା ୟୁଜର୍ସମାନେ ସେମାନଙ୍କର ସୂଚନା କିଏ ଦେଖୁଛନ୍ତି ତାହା ଯାଣିପାରିବେ ।

ଅଫିସିଆଲ୍ ବ୍ଲଗ୍ ପୋଷ୍ଟ ଅନୁଯାୟୀ, ହ୍ବାଟସଆପର ପ୍ରାଇବେସି ଯାଞ୍ଚ ଫିଚର ୟୁଜର୍ସମାନଙ୍କୁ ହ୍ବାଟସ୍ ଆପ୍ ସେଟିଂ ସମୂହରେ ଉପଲବ୍ଧ ସମସ୍ତ ପ୍ରାଇବେସି ସେଟିଂ ସମୂହ ବିଷୟରେ ଗାଇଡ୍ କରେ । ଯାହା ଦ୍ବାରା ୟୁଜର୍ସମାନେ ଏହାକୁ ଯାଞ୍ଚ କରିପାରିବେ ଏବଂ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ସଠିକ୍ ପ୍ରୋଟେକ୍ସନ ସକ୍ଷମ କରିପାରିବେ । ଏହି ଫିଚର ୟୁଜର୍ସମାନଙ୍କୁ ପ୍ଲାଟଫର୍ମରେ ଅନ୍ୟମାନଙ୍କ ଦ୍ବାରା ସେୟାର ହଉଥିବା ଏବଂ ରିସିଭ ହଉଥିବା ସୂଚନାକୁ ନିୟନ୍ତ୍ରଣ କରିବାକୁ ଅନୁମତି ଦିଏ ।

 

ଏହାକୁ ଆରମ୍ଭ କରିବାକୁ, ଆପଣଙ୍କୁ ଆପଣଙ୍କର ପ୍ରାଇବେସି ସେଟିଂ ସମୂହକୁ ଯାଇ ଷ୍ଟାର୍ଟ ଚେକଅପ୍ ଉପରେ ଟ୍ୟାପ୍ କରିବାକୁ ପଡିବ । ଏହା ପରେ ଆପଣଙ୍କ ସ୍କ୍ରିନରେ ଅନେକ ଅପ୍ସନ ଦେଖାଯିବ । ଯେଉଁଠାରେ ଆପଣ ସିଲେକ୍ଟ କରିପାରିବେ ଯେ, ଆପଣଙ୍କୁ କିଏ କନେକ୍ଟ କରିପାରିବ ଏବଂ କିଏ ଆପଣଙ୍କୁ ଆଡ୍ କରିପାରିବ, କିଏ ଆପଣଙ୍କୁ ଗ୍ରୁପରେ ଆଡ କରିପାରିବ ଏବଂ ଆପଣ ବ୍ଲକ ହୋଇଥିବା କଣ୍ଟାକ୍ଟସକୁ ମଧ୍ୟ ପରିଚାଳନା କରିବାରେ ମଧ୍ୟ ସକ୍ଷମ ହେବେ । ଆପଣ ମଧ୍ୟ ଆପଣଙ୍କର ବ୍ୟକ୍ତିଗତ ସୂଚନାକୁ ଆପଣଙ୍କର ପ୍ରୋଫାଇଲ୍ ଫଟୋ, ଲାଷ୍ଟ ସିନ ଏବଂ ଅନଲାଇନ୍ ରିସିପିଏଣ୍ଟ କୁ ମଧ୍ୟ ଏଡିଟ କରିପାରିବେ ।

ଏହା ବ୍ୟତୀତ, ଆପଣ ଆପଣଙ୍କର ଚାଟ୍ ଏବଂ ଗ୍ରୁପରେ ଅଧିକ ପ୍ରାଇବେି ଆଡ କରିବାକୁ ସକ୍ଷମ ହେବେ । ଏଥିପାଇଁ ଆପଣଙ୍କୁ ଡିସଆପିୟରିଙ୍ଗ ସେଟ୍ କରିବାକୁ ପଡିବ ଏବଂ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟେଡ ହୋଇଥିବା ବ୍ୟାକଅପ କୁ ମଧ୍ୟ ଏନାବଲ କରିବାକୁ ହେବ ।

ଅଜଣା ନମ୍ବରକୁ ସାଇଲେଣ୍ଟ କରିବାକୁ ଏଥିପାଇଁ ପ୍ରଥମେ ହ୍ବାଟସଆପ୍ ଖୋଲନ୍ତୁ ଏବଂ ତା’ପରେ ସେଟିଂ ସମୂହକୁ ଯାଆନ୍ତୁ । ତା’ପରେ ଆକାଉଣ୍ଟ ଉପରେ ଟ୍ୟାପ୍ କରନ୍ତୁ ଏବଂ ପ୍ରାଇବେସି କୁ ଯାଆନ୍ତୁ । ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ ବ୍ଲକ କଣ୍ଟାକଟସ ଉଫରେ କ୍ଲିକ କରନ୍ତୁ । ତା’ପରେ ଉପର ଡାହାଣ କୋଣରୁ ଆଡ୍ ଉପରେ କ୍ଲିକ କରନ୍ତୁ । ତା’ପରେ କଣ୍ଟାକଟସରୁ ଅନନୋନ ଉପରେ କ୍ଲିକ କରନ୍ତୁ ଏବଂ ତାପରେ ପୁଣି ବ୍ଲକ୍ ଉପରେ କ୍ଲିକ କରନ୍ତୁ ।

Leave A Reply

Your email address will not be published.