Latest Odisha News

BREAKING NEWS

ଅଭୁଲା ଗୀତ : ଜାଗ ବରଦା ଗୋ

ଗାୟନ : ସନ୍ଧ୍ୟା ମୁଖାର୍ଜୀ
ସଙ୍ଗୀତ :ନଚିକେତା ଘୋଷ
ଗୀତ : ସତ୍ୟ ନାରାୟଣ ପଣ୍ଡା

ଚଳଚ୍ଚିତ୍ର : ମହାଲକ୍ଷ୍ମୀ ପୂଜା, ୧୯୫୯

ଜାଗ ବରଦା ଗୋ

 

ଜାଗ ବରଦା ଗୋ

ଜାଗ ଅଭୟା ଗୋ

ଘେନ ପୂଜାଫୁଲ ହାର ଜୁହାର ମା’ ଗୋ

ଏହି ଭଙ୍ଗାମାଟି ଘରେ

କି ଦେଇପାରିବି ଆଜ

ଅଭାଗିନୀ କାଙ୍ଗାଳିନୀ

ମନେ ମନେ ଲାଗେ ଲାଜ

ଜାଗ ବରଦା ଗୋ

ଜାଗ ଅଭୟା ଗୋ

ନିଅ ଭକ୍ତ ଆଖି ନୀର

ଦୁଃଖ ଭରା ଜୀବନର

ଭୁଲାଇ ଦିଅ ଗୋ ଆଜ

ଯେତେ ବ୍ୟଥା ପରାଣର

ଜାଗ ବରଦା ଗୋ

ଜାଗ ଅଭୟା ଗୋ

 

ପଶୁ ପକ୍ଷୀ କହେନା ତ

ଆମେ ଯେ ଅଛୁଆଁ ଜାତି

ତରୁଲତା ଡାକି କହେ

ତୁମେ ତ ଆମର ସାଥୀ

ଜାଗ ବରଦା ଗୋ

ଜାଗ ଅଭୟା ଗୋ

ଆମକୁ ରଖେ ସୁଦୂରେ

ମଣିଷ ଗରବେ ମାତି

ତୁମର କରୁଣା ହେଲେ

ମଣିଷ ହେବେ ମୋ ଜାତି

ଜାଗ ବରଦା ଗୋ

ଜାଗ ଅଭୟା ଗୋ

ଜାଗ ବରଦା ଗୋ

ଜାଗ ଅଭୟା ଗୋ


ସୂର୍ଯ୍ୟ ଦେଓଙ୍କ ଓଡ଼ିଆ ସିନେମା ଗୀତ ୧୯୩୬-୬୯ ବହିରୁ

ନିଜ ମନ ପସନ୍ଦର ଗୀତ ପାଇଁ ନିମ୍ନ ଆଇଡିରେ ମେଲ କରନ୍ତୁ।
( editorodishasambad@gmail.com )

Leave A Reply

Your email address will not be published.