ନୂଆଦିଲ୍ଲୀ: ଆମ ଦେଶରେ ୧୦ କୋଟିରୁ ଅଧିକ ଲୋକ ନିଜକୁ ମୋଟା ନୁହେଁ ବୋଲି ଭାବୁଛନ୍ତି, ତଥାପି ସେମାନେ ମୋଟାପଣର ଶିକାର ହେଉଛନ୍ତି। ଇଣ୍ଡିଆନ୍ ଜର୍ଣ୍ଣାଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଅନୁଯାୟୀ, ଦେଶରେ ୪୩% ଲୋକ ଓଜନ ଅନୁଯାୟୀ ମୋଟା ନୁହନ୍ତି ଓ ଦେଖାଗଲେ ପାତଳା ଲାଗୁଛନ୍ତି। କିନ୍ତୁ ସେମାନଙ୍କଠାରେ ମୋଟା ଲୋକଙ୍କ ଭଳି ଲକ୍ଷଣ ଦେଖାଯାଇଛି। ମୋଟାପଣକୁ ଦୁଇଟି ଶ୍ରେଣୀରେ ବିଭାଜନ କରାଯାଇଛି: ପ୍ରଥମ ଶ୍ରେଣୀରେ ଯେଉଁମାନଙ୍କର ଓଜନ ଅଧିକ ଓ ଦ୍ୱିତୀୟ ଶ୍ରେଣୀରେ ଯେଉଁମାନେ ଦେଖାଯାଉଛନ୍ତି ପାତଳା, କିନ୍ତୁ ସେମାନଙ୍କ ଅନ୍ତଃସ୍ଥ ଅଙ୍ଗରେ ଚର୍ବି ଜମା ହୋଇଛି।
ଉଭୟ ଶ୍ରେଣୀର ଲୋକଙ୍କ ସୁଗାର, ବିପି, ଟ୍ରାଇଗ୍ଲିସେରାଇଡ୍ ଓ ଗୁଡ୍ କୋଲେଷ୍ଟରଲ ପରୀକ୍ଷା କରାଯାଇଥିଲା। ଯେଉଁମାନଙ୍କଠାରେ ଏହି ଦୁଇଟି ଜିନିଷରେ ଅସନ୍ତୁଳନ ଦେଖାଗଲା, ସେମାନଙ୍କୁ ମୋଟାପଣ ଶ୍ରେଣୀରେ ଗଣାଗଲା। ଅର୍ଥାତ୍, ବାହାରୁ ପାତଳା ଦେଖାଗଲେ ମଧ୍ୟ ଯଦି ଅନ୍ତଃସ୍ଥ ଅଙ୍ଗରେ ଚର୍ବି ଜମା ହୋଇଛି, ଅର୍ଥାତ ଆପଣ ବିପଦରେ ଅଛନ୍ତି। ଏହା ଖାଦ୍ୟକୁ ଶକ୍ତିରେ ରୂପାନ୍ତର କରିବା ପ୍ରକ୍ରିୟାକୁ ଧିମା କରିଦିଏ, ଯାହା ଯକୃତ, ହୃତପିଣ୍ଡ ଓ କିଡନୀର କାର୍ଯ୍ୟକୁ ଅସୁବିଧା କରାଇଥାଏ। ଏହି ଗବେଷଣା ପରେ ଜଣାପଡ଼ୁଛି ଯେ ଓଜନ ଅଧିକ ହେଉ କି କମ୍, ମୋଟା ହେଉ କି ପାତଳା, ସମସ୍ତଙ୍କୁ ସତର୍କ ରହିବା ଆବଶ୍ୟକ। କେବଳ ମୋଟା ଲୋକଙ୍କୁ ହିଁ ବ୍ୟାୟାମ କରିବାର ନାହିଁ, ସୁସ୍ଥ ରହିବା ପାଇଁ ସମସ୍ତଙ୍କୁ ଯୋଗ ଓ ବ୍ୟାୟାମ କରିବା ଜରୁରୀ। ଯେଉଁମାନେ ଏପର୍ଯ୍ୟନ୍ତ ମୋଟାପଣର ମାପକାଠି ବୁଝି ନାହାନ୍ତି, ସେମାନଙ୍କ ପାଇଁ ସ୍ୱାମୀ ରାମଦେବ ଅନେକ ଟିପ୍ସ ଦେଇଛନ୍ତି ଆସନ୍ତୁ ଜାଣିବା..
ମୋଟାପଣର କାରଣ
- ଖରାପ ଜୀବନଶୈଳୀ
- ଫାଷ୍ଟଫୁଡ୍
- କାର୍ବୋନେଟେଡ୍ ପାନୀୟ
- ମାନସିକ ଚାପ
- ବ୍ୟାୟାମର ଅଭାବ
- ଔଷଧର ପାର୍ଶ୍ୱ ପ୍ରତିକ୍ରିୟା
- ନିଦ୍ରାର ଅଭାବ
ମୋଟାପଣ କମାଇବାର ରାମବାଣ ଉପାୟ
- ସକାଳେ ଲେମ୍ବୁପାଣି ପିଅନ୍ତୁ
- ଲାଉର ସୁପ୍ କିମ୍ବା ରସ ପିଅନ୍ତୁ
- ଖାଦ୍ୟ ପୂର୍ବରୁ ସାଲାଡ୍ ଖାଆନ୍ତୁ
- ରାତିରେ ରୁଟି ଓ ଭାତ ଖାଇବା ଛାଡ଼ନ୍ତୁ
- ରାତିର ଖାଦ୍ୟ ସାତଟା ପୂର୍ବରୁ ସାରିଦିଅନ୍ତୁ
- ଖାଦ୍ୟ ପରେ ଏକ ଘଣ୍ଟା ପରେ ପାଣି ପିଅନ୍ତୁ
ମୋଟାପଣ କେମିତି କମାଇବେ
- ଅଦା ଓ ଲେମ୍ବୁ ଚା’ ପିଅନ୍ତୁ (ଅଦା ଚର୍ବି ନିୟନ୍ତ୍ରଣ କରେ)
- ରାତିରେ ୧ ଚାମଚ ତ୍ରିଫଳା ଗରମ ପାଣିରେ ଖାଆନ୍ତୁ (ତ୍ରିଫଳା ହଜମ ଶକ୍ତି ବଢ଼ାଏ ଓ ଓଜନ କମାଏ)
- ୩-୬ ଗ୍ରାମ ଦାରୁଚିନି ୨୦୦ ଗ୍ରାମ ପାଣିରେ ଫୁଟାଇ ୧ ଚାମଚ ମହୁ ମିଶାଇ ପିଅନ୍ତୁ
ଓଜନ ନିୟନ୍ତ୍ରଣ ପାଇଁ ଜୀବନରେ ପରିବର୍ତ୍ତନ ଆଣନ୍ତୁ
- ଲିଫ୍ଟ ବଦଳରେ ପାହାଚ ଚଢ଼ନ୍ତୁ
- ବାରମ୍ବାର କଫି-ଚା’ ପିଅନ୍ତୁ ନାହିଁ
- ଭୋକ ଲାଗିଲେ ପ୍ରଥମେ ପାଣି ପିଅନ୍ତୁ
- ଖାଦ୍ୟ ଓ ଶୋଇବା ମଧ୍ୟରେ ୩ ଘଣ୍ଟାର ବ୍ୟବଧାନ ରଖନ୍ତୁ
ସକାଳେ ଶୀଘ୍ର ଉଠିବା ପାଇଁ
- ନିଜର ସମୟସାରଣୀ ତିଆରି କରନ୍ତୁ
- ଶୋଇବା ସମୟ ନିର୍ଦ୍ଧାରିତ କରନ୍ତୁ
- ନିଜକୁ ଚ୍ୟାଲେଞ୍ଜ ଦିଅନ୍ତୁ
- ରାତିରେ ପାଣି ପିଇ ଶୋଅନ୍ତୁ
ସୁସ୍ଥ ଜୀବନ ପାଇଁ ଏହି ଉପାୟ ଆପଣାନ୍ତୁ ଓ ମୋଟାପଣକୁ ଦୂରେଇ ରଖନ୍ତୁ!
Comments are closed.